କନକ ବ୍ୟୁରୋ : ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା । ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ଆଦାନୀ କମ୍ପାନି ଜମି କିଣିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟି ପକ୍ଷରୁ ଅସ୍ତ୍ରଶସ୍ତ୍ର ଧରି ବିରାଟ ଶୋଭାଯାତ୍ରା ସହ ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି । ଏହାଛଡ଼ା ଖପ୍ରାଖୋଲ ତହସିଲ ଅଫିସ ସମ୍ମ୍ବୁଖରେ ଗନ୍ଧମାର୍ଦ୍ଦନ ଯୁବ ପରିଷଦ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି। । ସରକାର ନୂଆ ଗନ୍ଧମାର୍ଦ୍ଦନ ସୁରକ୍ଷା ଆଇନ ଆଣିବା ଏବଂ ଏନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ଗଣଧାରଣା ଚାଲିବ । ସରକାର ଏହି ଘଟଣାରେ ଦୃଢ଼ ପଦକ୍ଷେପ ନନେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଗଣଧାରଣା । ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲା ସୁରକ୍ଷା କମିଟି
ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟି ପକ୍ଷରୁ ଅସ୍ତ୍ରଶସ୍ତ୍ର ଧରି ବିରାଟ ଶୋଭାଯାତ୍ରା ସହ ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି । ଏହାଛଡ଼ା ଖପ୍ରାଖୋଲ ତହସିଲ ଅଫିସ ସମ୍ମ୍ବୁଖରେ ଗନ୍ଧମାର୍ଦ୍ଦନ ଯୁବ ପରିଷଦ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି। । ସରକାର ନୂଆ ଗନ୍ଧମାର୍ଦ୍ଦନ ସୁରକ୍ଷା ଆଇନ ଆଣିବା ଏବଂ ଏନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ଗଣଧାରଣା ଚାଲିବ ।