ଭସାଣି ଉତ୍ସବ ବେଳେ ଡିଜେକୁ ବାରଣ କରିବାରୁ ପ୍ରତିବାଦ, ରାସ୍ତା ଅବରୋଧ କଲେ ପୂଜା କମିଟି ସଦସ୍ୟ

ବିସର୍ଜନ ବେଳେ ଡିଜେକୁ ବାରଣ ମାମଲା । ପ୍ରଶାସନ ନିୟମକୁ ନେଇ ଧାରଣାରେ ପୂଜା କମିଟି । ବାଲେଶ୍ବର ବାଲିଆପାଳର ଅନେକ ପୂଜା କମିଟି କଲେ ରାସ୍ତା ଅବରୋଧ । 

20- DJ Protest

କନକ ବ୍ୟୁରୋ: ଡିଜେ ବଜାଇବାକୁ ପ୍ରସାଶନ ଅନୁମତି ନଦେବାକୁ ପ୍ରତିବାଦ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ କଲେ ବିଭିନ୍ନ ପୂଜା କମିଟି ସଦସ୍ୟ । ବାଲେଶ୍ବର ବାଲିଆପାଳ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗଣେଶ ପୂଜା ମୂର୍ତ୍ତି ବିସର୍ଜନରେ ଡିଜେ ବ୍ୟାନ କରିଛି ପ୍ରଶାସନ । ଯାହାର ପ୍ରତିବାଦ କରି ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ପୂଜା କମିଟିର ସଦସ୍ୟ । ପୂଜା କମିଟିର ସଦସ୍ୟମାନେ ବାଲିଆପାଳ - କମର୍ଦ୍ଦା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ।  ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅରକି ରହିଛି । ଖବର ପାଇ ବାଲିଆପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଅତି କମରେ ଘଣ୍ଟାଏରୁ ଦୁଇ ଘଣ୍ଟା ଡିଜେ ବଜାଇବାକୁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ବିଭିନ୍ନ ପୂଜା କମିଟି ସଦସ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe