କନକ ବ୍ୟୁରୋ: ଡିଜେ ବଜାଇବାକୁ ପ୍ରସାଶନ ଅନୁମତି ନଦେବାକୁ ପ୍ରତିବାଦ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ କଲେ ବିଭିନ୍ନ ପୂଜା କମିଟି ସଦସ୍ୟ । ବାଲେଶ୍ବର ବାଲିଆପାଳ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗଣେଶ ପୂଜା ମୂର୍ତ୍ତି ବିସର୍ଜନରେ ଡିଜେ ବ୍ୟାନ କରିଛି ପ୍ରଶାସନ । ଯାହାର ପ୍ରତିବାଦ କରି ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ପୂଜା କମିଟିର ସଦସ୍ୟ । ପୂଜା କମିଟିର ସଦସ୍ୟମାନେ ବାଲିଆପାଳ - କମର୍ଦ୍ଦା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ।  ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅରକି ରହିଛି । ଖବର ପାଇ ବାଲିଆପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଅତି କମରେ ଘଣ୍ଟାଏରୁ ଦୁଇ ଘଣ୍ଟା ଡିଜେ ବଜାଇବାକୁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ବିଭିନ୍ନ ପୂଜା କମିଟି ସଦସ୍ୟ ।