କନକ ବ୍ୟୁରୋ : ବାଲେଶ୍ୱର ରେମୁଣା ସ୍ଥିତ ଖିରୋଚୋରା ଗୋପୀନାଥ ମନ୍ଦିରରେ ଉତ୍ତେଜନା । ଅପମିଶ୍ରିତ ଖିରି ଭୋଗକୁ ନେଇ ଉତ୍ତେଜନା, ଦୋକାନ ଭଙ୍ଗାରୁଜା । ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ରେମୁଣା ପୁଲିସ ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରୁଛି ।

Advertisment

ସେପଟେ ପୁଣି ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଭାଇରାଲ୍ । କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ ମୋବାଇଲ, ହିଡେନ୍ କ୍ୟାମେରା ଯିବାରୁ ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନର ଅବହେଳାକୁ ଦାୟୀ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶ୍ରଦ୍ଧାଳୁ ।

ଅଧିକ ପଢ଼ନ୍ତୁ : ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି: କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ

କଟକଣା ସତ୍ତ୍ୱେ ମାନୁନାହାନ୍ତି ଅମାନିଆ । ବଡ଼ଦେଉଳ ଭିତରେ ଉଠାଉଛନ୍ତି ଫଟୋ । ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି । ସେମିତି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ ହୋଇଛି ଭାଇରାଲ୍ । ଆର୍ଶୀବାଦ ୯୪୫ ନାମକ ଜଣେ ବ୍ୟକ୍ତି ତାଙ୍କ ସୋସିଆଲ ମିଡିଆରେ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ପୋଷ୍ଟ କରିଛନ୍ତି । ଭିତର ଫଟୋ ଭାଇରାଲ ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଅମାନିଆଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ଦାବି ହୋଇଛି ।

ରତ୍ନସିଂହାସନର ଫଟୋ ଭାଇରାଲ ପରେ ଘଟଣାକୁ ଗୁରୁତର ସହ ନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରିଛି ପୁଲିସ୍ । ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି । ଏହି ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୁଣା ଆଇନରେ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲିଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ହେବ ।