କନକ ବ୍ୟୁରୋ : ପ୍ରଧାନଶିକ୍ଷୟତ୍ରୀଙ୍କ ବଦଳି ଦାବିରେ ପ୍ରତିବାଦ । ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ଉଦଳା ଥାନା ଶାଳମୁଣ୍ଡଳୀ ବନଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ପଟ୍ଟନାୟକ ମନମାନି ଚଳାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତାତିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ବିଦ୍ୟାଳୟ ପାଇଁ ଆସୁଥିବା ଟଙ୍କାକୁ ବିନା ପରିଚାଳନା କମିଟିର ଅବଗତିରେ ଖର୍ଚ୍ଚ କରି ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହୋଇଛି । 

Advertisment

କେବଳ ସେତିକି ନୁହେଁ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଶୌଚାଳୟକୁ ତାଲା ମାରି ରଖିଥିବା ଅଭିଯୋଗ ହୋଇଛି ।  ଦୀର୍ଘ ୩ ବର୍ଷ ହେଲା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହେଉନି । ଏହା ସହିତ ଅଭିଭାବକମାନଙ୍କୁ ବିଦ୍ୟାଳୟ ହତାକୁ ପଶିବାକୁ ଦେଉ ନଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ବାରମ୍ବାର ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଶେଷରେ ଆଜି ତାତିଛନ୍ତି ଅଭିଭାବକ । ପ୍ରଧାନଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବଦଳି କରିବା ଜିଦିରେ ଅଡ଼ି ବସିଛନ୍ତି । ବଦଳି ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ ।