କନକ ବ୍ୟୁରୋ: ଜାରି ରହିଛି ଅମଲା ସଂଘର ପ୍ରତିବାଦ। ମନ୍ତ୍ରୀଙ୍କ ତାଗିଦ ସତ୍ବେ ଆଜି ବି ଜାରି ରହିଛି ଅମଲା ସଂଘର ପ୍ରତିବାଦ । ଆଜି ବି ଅନେକ ସ୍ଥାନରେ ଅମଲାଙ୍କ ପ୍ରତିବାଦର ଦୃଶ୍ୟ ସାମ୍ନାକୁ ଆସିଛି ।
ସମୂହ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇଛି ଅମଲା ସଂଘ। ଗତକାଲି ତୁରନ୍ତ ଧାରଣା ବନ୍ଦ କରି କାମକୁ ଫେରିବାକୁ କହିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । କାର୍ଯ୍ୟରେ ଅବହେଳା ହେଲେ ଦରମା ବନ୍ଦ ହେବ ବୋଲି ଧମକ ଦେଇଥିଲେ ମନ୍ତ୍ରୀ। ହେଲେ ତାଗିଦ ସତ୍ବେ ଆଜି ପୁଣିଥରେ ଧାରଣାରେ ବସିଛନ୍ତି ଅମଲା ।