କନକ ବ୍ୟୁରୋ: ସୁନ୍ଦରଗଡ଼ରେ ବିସ୍ଥାପିତଙ୍କ ଖଣି ବନ୍ଦ ଆନ୍ଦୋଳନ । ବିସ୍ଥାପିତ ପରିବାରର ଝିଅମାନଙ୍କୁ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ପ୍ରଦାନ ଏବଂ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନ କରିଛନ୍ତି । ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ ଦାବିରେ ହେମଗିରି ଥାନା ସାନଘୁମୁଡ଼ା, ଡୁଲିଙ୍ଗା ଓ ମନୋହରପୁର ବିସ୍ଥାପିତମାନେ ବିକ୍ଷୋଭ କରିଛନ୍ତି । ଓସିପିଏଲ କୋଇଲା ଖଣି ସମ୍ମୁଖରେ ଧାରଣା ଓ ଖଣି ବନ୍ଦ କରିଛନ୍ତି । ଫଳରେ କୋଇଲା ଉତ୍ତୋଳନ ଓ ପରିବହନ ପ୍ରଭାବିତ ହୋଇଛି ।