କନକ ବ୍ୟୁରୋ : ୧୯୭୫ ମସିହାରେ ଗ୍ରାମାଞ୍ଚଳର ଲୋକମାନଙ୍କ ନିକଟରେ ସହଜରେ ବ୍ୟାଙ୍କ ସେବା ପହଂଚାଇବାକୁ ଇନ୍ଦିରା ଗାନ୍ଧୀଙ୍କ ସରକାର ଦେଶରେ ଗ୍ରାମ୍ୟବ୍ୟାଙ୍କ ବ୍ୟବସ୍ଥା କରାଇଥିଲେ । ଉର୍ଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳର ଚାଷୀ ଓ ଗରିବ ଲୋକଙ୍କ ମହାଜନ ଶୋଷଣରୁ ମୁକ୍ତ କରିବା । ଗରିବ ଓ ଚାଷୀମାନେ ସେମାନଙ୍କର ଛୋଟ ଛୋଟ ସଂଚୟ ମାଧ୍ୟମରେ ନିଜର ଆର୍ଥିକ ସ୍ଥିତିରେ ସୂଧାର ଆଣିବେ । ହେଲେ ଏବେର ସରକାର ଏହି ଗ୍ରାମ୍ୟବ୍ୟାଙ୍କକୁ ଘରୋଇକରଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯାହାକୁ ବିରୋଧ କରି ଗ୍ରାମ୍ୟବ୍ୟାଙ୍କ ସଂଘ ଦିଲ୍ଲୀର ଜନ୍ତରମନ୍ତର ଠାରେ ବିଶାଳ ପ୍ରତିବାଦ ସଭାର ଆୟୋଜନ କରିବା ସହ ଧାରଣା ଦେଇଛନ୍ତି । ଆଇଏନଟିୟୁସି ଦ୍ୱାରା ଆୟୋଜିତ ଧାରଣାରେ ପୂର୍ବତନ ସାଂସଦ ତଥା ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ କହିଥିଲେ କି, ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଗ୍ରାମ୍ୟବ୍ୟାଙ୍କ ଗଠନ କରାଯାଇଥିଲା । ହେଲେ ଖର୍ଚ୍ଚ କମାଇବା ପାଇଁ ମୋଦୀ ସରକାର ପ୍ରଥମେ ଦେଶରେ ଥିବା ୧୯୬ ଟି ଗ୍ରାମ୍ୟବ୍ୟାଙ୍କର ମିଶ୍ରଣ କରି ୨୮ ଟି ଗ୍ରାମ୍ୟବ୍ୟାଙ୍କ ସୃଷ୍ଟି କରିଥିଲେ । ଏବେ ମୋଦୀ ସରକାର ଗ୍ରାମ୍ୟବ୍ୟାଙ୍କକୁ ଘରୋଇ କରଣ କରିବାକୁ ଉଦ୍ୟମ କରୁଛନ୍ତି । ଫଳରେ ଗ୍ରାମ୍ୟବ୍ୟାଙ୍କଗୁଡିକରେ ଥିବା ସରକାରୀ ଅଂଶ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେବେ । କେନ୍ଦ୍ର ସରକାରଙ୍କ ଏଭଳି ଉଦ୍ୟମ ଚାଷୀ ଓ ଗରିବ ଲୋକଙ୍କ ବିରୋଧୀ ବୋଲି ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି । ଏନେଇ ସରକାର ଆଣିଥିବା ପ୍ରସ୍ତାବ ଯଦି ପ୍ରତ୍ୟାହାର ନକରନ୍ତି ତେବେ ନଭେମ୍ବର ମାସରେ ସାରା ଦେଶରେ ଦୁଇଦିନିଆ ଗ୍ରାମ୍ୟବ୍ୟାଙ୍କ ଧର୍ମଘଟ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଗ୍ରାମ୍ୟବ୍ୟାଙ୍କ ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଜନ୍ତରମନ୍ତର ଠାରେ ବିଶାଳ ପ୍ରତିବାଦ ସଭା
ଗରିବ ଓ ଚାଷୀମାନେ ସେମାନଙ୍କର ଛୋଟ ଛୋଟ ସଂଚୟ ମାଧ୍ୟମରେ ନିଜର ଆର୍ଥିକ ସ୍ଥିତିରେ ସୂଧାର ଆଣିବେ । ହେଲେ ଏବେର ସରକାର ଏହି ଗ୍ରାମ୍ୟବ୍ୟାଙ୍କକୁ ଘରୋଇକରଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯାହାକୁ ବିରୋଧ କରି ଗ୍ରାମ୍ୟବ୍ୟାଙ୍କ ସଂଘ ଦିଲ୍ଲୀର ଜନ୍ତରମନ୍ତର ଠାରେ ବିଶାଳ ପ୍ରତିବାଦ ସଭାର ଆୟୋଜନ କରିବା ସହ ଧାରଣା ଦେଇଛନ୍ତି ।
/kanak/media/media_files/2025/08/21/32-2025-08-21-11-37-55.jpg)