ମାଣ୍ଡିଆ ମଦ ବିରୋଧରେ ତେଜିଲା ଆନ୍ଦୋଳନ: ଲୋୟର ପିଏମଜିରେ ବିକ୍ଷୋଭ

Advertisment

ସରକାର ନୂଆ ମଦନୀତି ଜରିଆରେ ମାଣ୍ଡିଆରେ ପ୍ରସ୍ତୁତ ମଦ କାରବାର ପାଇଁ ଯୋଜନା କରୁଛନ୍ତି। କିନ୍ତୁ ସରକାରଙ୍କ ଏହି ଯୋଜନାକୁ ନେଇ ବିରୋଧ କରିଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ।

ସରକାର ନୂଆ ମଦନୀତି ଜରିଆରେ ମାଣ୍ଡିଆରେ ପ୍ରସ୍ତୁତ ମଦ କାରବାର ପାଇଁ ଯୋଜନା କରୁଛନ୍ତି। କିନ୍ତୁ ସରକାରଙ୍କ ଏହି ଯୋଜନାକୁ ନେଇ ବିରୋଧ କରିଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ।

scscs

Photograph: (kanak news)

କନକ ବ୍ୟୁରୋ: ସରକାର ନୂଆ ମଦନୀତି ଜରିଆରେ ମାଣ୍ଡିଆରେ ପ୍ରସ୍ତୁତ ମଦ କାରବାର ପାଇଁ ଯୋଜନା କରୁଛନ୍ତି। କିନ୍ତୁ ସରକାରଙ୍କ ଏହି ଯୋଜନାକୁ ନେଇ ବିରୋଧ କରିଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ।

ରାଜ୍ୟରେ ଖୁବ ଶୀଘ୍ର ଆସିବାକୁ ଯାଉଛି ମଦ ନୀତି । ଆଉ ନୂଆ ନୀତିରେ କ୍ଷୁଦ୍ର ଶସ୍ୟରେ ପ୍ରସ୍ତୁତ ମଦ କାରବାର ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଏହା ବିରୋଧରେ ବଢିଲାଣି ସ୍ୱର । ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉଠାଇଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ । ଲୋୟର ପିଏମଜିରେ ସରକାରଙ୍କ ଉପରେ ବର୍ଷିଛନ୍ତି ସମାଜସେବୀ ।  ଓଡିଶାକୁ ମଦମୁକ୍ତ କରିବା ପରିବର୍ତ୍ତେ ରାଜ୍ୟ ସରକାର ଯୁବପିଢିଙ୍କୁ ମଦ ନିଶାରେ ବୁଡାଇବା ପାଇଁ ଯୋଜନା କରୁଥିବା ଅଭିଯୋଗ ହୋଇଛି ।

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ନେଇ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ , ମାଣ୍ଡିଆ, ଯଅ, ବାଜରା ଭଳି ଶସ୍ୟରୁ ମଦ ତିଆରି କରାଯିବ । ଏନେଇ ବିଭିନ୍ନ କମ୍ପାନୀ ସହ ଅବକାରୀ ବିଭାଗ ଆଲୋଚନା ବି ଆରମ୍ଭ କରିସାରିଛନ୍ତି । ଏହି ସମୟରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ମଦକୁ ବିରୋଧ କରି ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । 

ମାଣ୍ଡିଆକୁ ଶ୍ରୀ ଅନ୍ନ କୁହାଯାଥିବାବେଳେ ପୁରୀ ଜଗନ୍ନାଥ ମନ୍ଦିରରେ ମାଣ୍ଡିଆରେ ପ୍ରସାଦ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି ସରକାର । ଅନ୍ୟପଟେ ସେହି ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବା ଘଟଣାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe