ସ୍କୁଲ ପାଖରେ ମଦ ଦୋକାନକୁ ବିରୋଧ : ବାଧ୍ୟରେ ବିଦ୍ୟାଳୟ ଛାଡୁଛନ୍ତି ପିଲା

Advertisment

ବିଦ୍ୟାଳୟ ନିକଟରେ ମଦ ଦୋକାନ ଖୋଲିବାକୁ ବିରୋଧ । ଏ ଘଟଣା ନେଇ ପିଲା ସ୍କୁଲ ଛାଡୁଥିବା ବେଳେ ଆଉ କିଛି ପିଲାଙ୍କୁ ଛାଡୁ ନାହାନ୍ତି ଅଭିଭାବକ

ବିଦ୍ୟାଳୟ ନିକଟରେ ମଦ ଦୋକାନ ଖୋଲିବାକୁ ବିରୋଧ । ଏ ଘଟଣା ନେଇ ପିଲା ସ୍କୁଲ ଛାଡୁଥିବା ବେଳେ ଆଉ କିଛି ପିଲାଙ୍କୁ ଛାଡୁ ନାହାନ୍ତି ଅଭିଭାବକ

SCHOOL 1

Photograph: (KanakNews)

କନକବ୍ୟୁରୋ : ବିଦ୍ୟାଳୟ ନିକଟରେ ମଦ ଦୋକାନ ଖୋଲିବାକୁ ବିରୋଧ । ଏ ଘଟଣା ନେଇ ପିଲା ସ୍କୁଲ ଛାଡୁଥିବା ବେଳେ ଆଉ କିଛି ପିଲାଙ୍କୁ ଛାଡୁ ନାହାନ୍ତି ଅଭିଭାବକ  ।  ପୂର୍ବରୁ ୩ରୁ ୪ ମଦ ଦୋକାନ ରହିଥିବା ବେଳେ ଏବେ ପୁଣି ଏକ ଦୋକାନ ନେଇ ବିଦ୍ୟାଳୟରୁ ସାର୍ଟିଫିକେଟ ନେଉଛନ୍ତି ଛାତ୍ରଛାତ୍ରୀ  ।  କୋଣାର୍କର ଜୁଣେଇ ଭୈରବ ନୋଡାଲ ପ୍ରାଥମିକ ଉଚ୍ଚବିଦ୍ୟାଳର ନିକଟରେ ଗୋଟାଏ  ପରେ ଗୋଟିଏ ମଦ ଦୋକାନ ହେଉଥିବା ବେଳେ ଏହାକୁ ବିରୋଧ କରାଯାଇଛି  ।

ତା ପରେ ବି ଅବକାରୀ ବିଭାଗ ଚୁପ ବସିଥିବାରୁ ବିଦ୍ୟାଳୟ ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି  ।  ନୂତନ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଏବେ ସ୍କୁଲ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ । ଏନେଇ ସ୍କୁଲର ଶିକ୍ଷକଙ୍କଠାରୁ ନେଇ ଶିକ୍ଷା କମିଟି ପକ୍ଷରୁ ଅବଗତ କରରାଯାଇଛି  ।  ହେଲେ ସମସ୍ତେ ନିରାଶ ହେଉଛନ୍ତି ।

ପ୍ରତିଦିନ ପିଲାମାନେ ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ବେଳେ ସମସ୍ତଙ୍କୁ ଅଣଦେଖା କରାଯାଉଛି ।  ଅବକାରୀ ବିଭାଗ ଏହି ମଦଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଥିବାରୁ ଘୋର ବିରୋଧ ଆରମ୍ଭ ହୋଇଛି ।  ବିଦ୍ୟାଳୟରୁ ପିଲା ଛାଡି ଚାଲିଯାଉଥିବା ବେଳେ ଏହା ଉପରେ ଗୁରୁତ୍ବ ଦିଆଯାଇ ଆଖ ପାଖରେ ମଦ ଦୋକାନ ଗୁଡିକୁ ବନ୍ଦ କରାଯିବା ଜରୁରୀ ହୋଇପଡିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe