କନକବ୍ୟୁରୋ : ବିଦ୍ୟାଳୟ ନିକଟରେ ମଦ ଦୋକାନ ଖୋଲିବାକୁ ବିରୋଧ । ଏ ଘଟଣା ନେଇ ପିଲା ସ୍କୁଲ ଛାଡୁଥିବା ବେଳେ ଆଉ କିଛି ପିଲାଙ୍କୁ ଛାଡୁ ନାହାନ୍ତି ଅଭିଭାବକ । ପୂର୍ବରୁ ୩ରୁ ୪ ମଦ ଦୋକାନ ରହିଥିବା ବେଳେ ଏବେ ପୁଣି ଏକ ଦୋକାନ ନେଇ ବିଦ୍ୟାଳୟରୁ ସାର୍ଟିଫିକେଟ ନେଉଛନ୍ତି ଛାତ୍ରଛାତ୍ରୀ । କୋଣାର୍କର ଜୁଣେଇ ଭୈରବ ନୋଡାଲ ପ୍ରାଥମିକ ଉଚ୍ଚବିଦ୍ୟାଳର ନିକଟରେ ଗୋଟାଏ ପରେ ଗୋଟିଏ ମଦ ଦୋକାନ ହେଉଥିବା ବେଳେ ଏହାକୁ ବିରୋଧ କରାଯାଇଛି ।
ତା ପରେ ବି ଅବକାରୀ ବିଭାଗ ଚୁପ ବସିଥିବାରୁ ବିଦ୍ୟାଳୟ ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ନୂତନ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଏବେ ସ୍କୁଲ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ । ଏନେଇ ସ୍କୁଲର ଶିକ୍ଷକଙ୍କଠାରୁ ନେଇ ଶିକ୍ଷା କମିଟି ପକ୍ଷରୁ ଅବଗତ କରରାଯାଇଛି । ହେଲେ ସମସ୍ତେ ନିରାଶ ହେଉଛନ୍ତି ।
ପ୍ରତିଦିନ ପିଲାମାନେ ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ବେଳେ ସମସ୍ତଙ୍କୁ ଅଣଦେଖା କରାଯାଉଛି । ଅବକାରୀ ବିଭାଗ ଏହି ମଦଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଥିବାରୁ ଘୋର ବିରୋଧ ଆରମ୍ଭ ହୋଇଛି । ବିଦ୍ୟାଳୟରୁ ପିଲା ଛାଡି ଚାଲିଯାଉଥିବା ବେଳେ ଏହା ଉପରେ ଗୁରୁତ୍ବ ଦିଆଯାଇ ଆଖ ପାଖରେ ମଦ ଦୋକାନ ଗୁଡିକୁ ବନ୍ଦ କରାଯିବା ଜରୁରୀ ହୋଇପଡିଛି