କନକ ବ୍ୟୁରୋ : ଖଣି ଅଂଚଳରେ ବିଶାଳ ଗଣବିକ୍ଷୋଭ । କୋଇଡା ଖଣି ମଣ୍ଡଳ ଅଧିନସ୍ଥ ଆର୍ସେଲର ମିତ୍ତଲ ସେଗାସାହି ମାଇନ୍ସ ସମ୍ମୁଖରେ ୫ ହଜାର ଲୋକଙ୍କ ଜୋରଦାର ବିକ୍ଷୋଭ । ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଓ ପାଇପ ଲାଇନରେ କଞ୍ଚାମାଲ ପରିବହନକୁ ବିରୋଧ ଓ ଛଅଟି ରେଲୱେ ସ୍ଲାଇଡିଙ୍ଗକୁ ଲୁହାପଥର ଯୋଗାଇବା ଦାବି ନେଇ ଚାଲିଛି ବିରୋଧ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ବିକ୍ଷୋଭ ଚାଲିଥିବା ବେଳେ ମାଇନ୍ସ କାର୍ୟ୍ୟାଳୟ ଭିତରକୁ ଧସେଇ ପଶିଥିଲେ ଆନ୍ଦୋଳନକାରୀ । ଧସେଇ ପଶିବା ବେଳେ ପୋଲିସ ଓ ବିକ୍ଷୋଭକାରୀ ଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ସ୍ଥିତି ଉପଜିଛି ।  ମାଇନ୍ସ କାର୍ୟ୍ୟାଳୟ ଭିତରେ ଜୋର ଜବରଦସ୍ତ ପଶି କରିଛନ୍ତି ବିକ୍ଷୋଭ।