ଏସଡିଏମଙ୍କୁ ମାଡ ମାରି ବିଧାୟକ ଗିରଫ ହେବା ପରେ... ସମର୍ଥକଙ୍କ ପ୍ରବଳ ହଙ୍ଗାମା

ରାଜସ୍ଥାନ ଟୋଙ୍କରେ ଉପନିର୍ବାଚନ ବେଳେ ଏସଡିଏମଙ୍କୁ ଚାପୁଡା ମାରିବା ଘଟଣା  । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନରେଶ ମୀଣା ଗିରଫ ପରେ ଉତ୍ତେଜନା  । ସମର୍ଥକଙ୍କ ପ୍ରବଳ ହଙ୍ଗାମା । ନରେଶଙ୍କ ଗାଁକୁ ଯାଇ ଉଠାଇ ନେଇଛି ପୁଲିସ୍ ।

62mina

କନକ ବ୍ୟୁରୋ: ରାଜସ୍ଥାନ ଟୋଙ୍କରେ ଉପନିର୍ବାଚନ ସମୟରେ ଏସଡିଏମଙ୍କୁ ଚାପୁଡା ମାରିବା ଘଟଣା । ଗିରଫ ହେଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନରେଶ ମୀଣା । ସମର୍ଥକଙ୍କ ପ୍ରବଳ ବିରୋଧ ସତ୍ତ୍ବେ ନରେଶ ମୀଣାଙ୍କ ଗାଁକୁ ଯାଇ ତାଙ୍କୁ ଗିରଫ କରିଛି ପୁଲିସ୍ । ବୁଧବାରର ଘଟଣା ପରେ ରାଜସ୍ଥାନ ଟୋଙ୍କରେ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ପ୍ରାୟ ୧୦୦ରୁ ଅଧିକ ଗାଡ଼ି ଜାଳିଦେଇଛନ୍ତି ଆନ୍ଦୋଳନକାରୀ । ହିଂସା ଏଡ଼ାଇବାକୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। 

ସେପଟେ ଏଭଳି ହିଂସାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଭଜନଲାଲ ସରକାରଙ୍କୁ ଅପାରଗତାକୁ ସେ ଦାୟୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe