କନକବ୍ୟୁରୋ : ଚନ୍ଦ୍ରଭାଗା ମୁହାଣରେ ଝାଉଁ ଗଛ କଟାକୁ ବିରୋଧ। ଘଟଣାସ୍ଥଳରେ ଉତ୍ତେଜନା । କୋଣାର୍କ-ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟକରଣ ନାଁରେ ସମୁଦ୍ର କୂଳରୁ ଝାମୁ ଗଛ କଟାକୁ ବିରୋଧ । କରମଙ୍ଗା ସୁରକ୍ଷା କମିଟିର ସଦସ୍ୟ ମାନେ ଗଛ କଟାକୁ ବିରୋଧ କରିଛନ୍ତି ।
ପୋଲିସ, ବନ ବିଭାଗ ଓ ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ବିରୋଧ କରିଛନ୍ତି । ଏଠାରେ ୩୨ କୋଟି ଟଙ୍କାରେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ହେବା ନେଇ ସୂଚନା ରହିଛି । କିନ୍ତୁ କରମଙ୍ଗା ସୁରକ୍ଷା କମିଟିର ସଦସ୍ୟଙ୍କ ବିରୋଧ ଯୋଗୁଁ ଗଛ କଟା ଅଧାରୁ ବନ୍ଦ ରହିଛି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।