କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ଦୁର୍ଘଟଣା । ହାଇୱା ଧକ୍କାରେ ଜଣଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖିବାକୁ ମିଳିଛି । ଏପରିକି ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ମଧ୍ୟ କରିଛନ୍ତି । ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ନିକଟ ଜୟଦେବ ହାଇସ୍କୁଲ ନିକଟରେ ହାଇୱା ଧକ୍କାରେ ନୁଆସାହି ଗ୍ରାମର ପିତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ସେ ସ୍ଥାନୀୟ ବଜାରକୁ କୌଣସି କାମରେ ଆସିଥିବା ବେଳେ ହାଇୱା 0D 05 AQ 6953 ତାଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି । ବାଲିଅନ୍ତା ପୁଲିସ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି ।
ହାଇୱା ଧକ୍କାରେ ଜଣଙ୍କ ମୃତ୍ୟୁ ପରେ ଉତ୍ତେଜନା, ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ।
/kanak/media/media_files/2025/02/02/hUEFzuUguEc0i9pogluT.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)