କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସରକାରୀ ତତ୍ପରତା । ରାଜ୍ୟରେ ଥିବା ୩ ହଜାରରୁ ଅଧିକ ପୁରୁଣା କୀର୍ତ୍ତିରାଜି ସୁରକ୍ଷା ଓ ସଂରକ୍ଷଣ ପାଇଁ ବଡ଼ ପ୍ରସ୍ତୁତି । ପର୍ଯ୍ୟଟନ ବିଭାଗ ଚିହ୍ନଟ କରିବ ୭୫ଟି ପର୍ଯ୍ୟଟନସ୍ଥଳୀ । ପ୍ରଥମ ପର୍ଯ୍ୟାୟରେ ସେ ସବୁର ସଂରକ୍ଷଣ ଏବଂ ସୁରକ୍ଷା କରାଯିବ। ସେଠାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ମଧ୍ୟ ସଜଡ଼ା ଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ଏଏସ୍ଆଇ ହାତରେ ରାଜ୍ୟର ଅନେକ ଐତିହ୍ୟସ୍ଥଳୀର ଦାୟିତ୍ବ
ଜଳ ଜଳ ହୋଇ ଦେଖାଯାଉଛି ସଂସ୍ଥାର ଦାୟିତ୍ବହୀନତା
ଅନେକ ସମୟରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏଏସ୍ଆଇର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । କୋଣାର୍କ ସୂର୍ଯ୍ୟମନ୍ଦିର ଭିତରୁ ବାଲି କାଢ଼ିବା ଓ ରକ୍ଷଣାବେକ୍ଷଣ ପାଇଁ ବର୍ଷ ବର୍ଷ ହେବ ଯୋଜନା ହୋଇଥିଲେ ମଧ୍ୟ ଫେଲ୍ ମାରୁଛି । ଲିଙ୍ଗରାଜ ମନ୍ଦିର ଦୁର୍ବଳ ହେଉଥିବା ଅଭିଯୋଗ ଆସିଥିଲେ ବି ଲେଜର ସ୍କାନିଂ କରାଯାଇ ପାରୁନି । ରତ୍ନଗିରି, ଉଦୟଗିରି ଓ ଶିଶୁପାଳଗଡ଼ର ଅବସ୍ଥା ମଧ୍ୟ ସମାନ । ଶ୍ରୀମନ୍ଦିର ସୁରକ୍ଷା କଥା ନକହିବା ଭଲ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧିନରେ ଥିବା ପର୍ଯ୍ୟଟନ ବିଭାଗ ସହ ସଂସ୍କୃତି ଏବଂ ପୂର୍ତ୍ତ ବିଭାଗର ଅଧିକାରୀ ଏକାଠି ବସି ଆଲୋଚନା କରିଛନ୍ତି । ଉଦ୍ଦେଶ୍ୟ ହେଉଛି ବିଭାଗ ମଧ୍ୟରେ ସମନ୍ବୟ ରହିବ ଓ ନିର୍ଦ୍ଦିଷ୍ଟ ସମୟ ଭିତରେ ନିର୍ମାଣ ହୋଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/26/law-2025-08-26-21-05-19.jpg)