Prostitution Photograph: (KanakNews)
କନକ ବ୍ୟୁରୋ: ଜାତୀୟ ରାଜପଥ କଡ଼ରେ ଥିବା ହୋଟେଲରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ । ସବୁ ଜାଣି ଅଜଣା ହେଉଛି ପୁଲିସ୍, ପଚାରିଲେ ଉତ୍ତର ମିଳୁଛି ସେମିତି କିଛି ମିଳିଲେ ତ ଆମେ ଧରିବୁ । ବାଲେଶ୍ବର ଖନ୍ତାପଡ଼ା ଥାନା ଖନ୍ତାପଡ଼ା ଥାନା ୧୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ହୋଟେଲରୁ ସାମ୍ନାକୁ ଆସିଛି ଏଭଳି ଘଟଣା ।
ଅଧିକ ପଢନ୍ତୁ; କଟକରୁ ନାବାଳିକା ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା । ସାମ୍ନାକୁ ଆସୁଛି ସତ, ଦେହ ବ୍ୟବସାୟ ନେଇ ଅଭିଯୋଗ ପରେ ଆକ୍ସନମୋଡରେ ପୋଲିସ
କନକ ନ୍ୟୁଜ୍ ହାତରେ ଲାଗିଛି ଏହାର ଏକ୍ସକ୍ଲ୍ୟୁସିଭ୍ ଫୁଟେଜ, କିପରି ଦେହ ବ୍ୟବସାୟ ପାଇଁ ଗ୍ରାହକଙ୍କ ସହ ଡିଲ୍ ଚଳାଇଛନ୍ତି ହୋଟେଲ ମାଲିକ । ବାଲେଶ୍ବର, ଜଳେଶ୍ବର, ଭଦ୍ରକ, ଯାଜପୁର ସମେତ ପଶ୍ଚିମବଙ୍ଗର ଯୁବତୀ ମାନଙ୍କୁ ଅଣାଯାଇ ଏଠାରେ ଦେହ ବ୍ୟବସାୟରେ ଲଗାଯାଉଛି । ରାତିକୁ ୪ ହଜାର ଟଙ୍କାରୁ ଆରମ୍ଭ କରି ପୁରା ୧୦ ହଜାର ଟଙ୍କା ଯାଏ ଦର ନିର୍ଦ୍ଧାରିତ କରିଛନ୍ତି ହୋଟେଲ ମାଲିକ । ଆଶ୍ଚର୍ଯ୍ୟର କଥା ଖନ୍ତାପଡ଼ା ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ହୋଟେଲଟି ରହିଥିବା ବେଳେ ପୁଲିସ୍ କିପରି ଏହାର ଟେର୍ ପାଉନି ତାକୁ ନେଇ ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଛି । ପ୍ରଥମେ ଏହି ଭିଡ଼ିଓରେ ଗ୍ରାହକ ସାଜି ଯାଇଥିବା ବ୍ୟକ୍ତିଙ୍କ ସହ କିପରି ଡିଲ୍ କରୁଛନ୍ତି ହୋଟେଲ ମାଲିକ ।
Follow Us