କନକ ବ୍ୟୁରୋ : କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଥା ସ୍ବର୍ଗତ ଶିଳ୍ପପତି ସଞ୍ଜୟ କପୁରଙ୍କ ସମ୍ପତ୍ତିକୁ ନେଇ ପୂର୍ବତନ ପତ୍ନୀ କରିସ୍ମା କପୁର ଓ ଦ୍ବିତୀୟ ପତ୍ନୀ ପ୍ରିୟା ସଚଦେବଙ୍କ ମଧ୍ୟରେ ଆରମ୍ଭ ହୋଇଛି କୋର୍ଟ ଲଢ଼େଇ । କରିସ୍ମାଙ୍କ ଝିଅ ସମାଇରା ଓ ପୁଅ କିୟାନ୍ କୋର୍ଟରେ ସାବତ ମା’ ପ୍ରିୟାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ଆବେଦନରେ ଅଭିଯୋଗ କରାଯାଇଛି ଯେ ପ୍ରିୟା କପୁର ତାଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ଇଚ୍ଛାପତ୍ରରେ ହେରଫେର କରିଛନ୍ତି । ସମ୍ପୂର୍ଣ୍ଣ ସମ୍ପତ୍ତିକୁ କବଜା କରିବାକୁ ଚାହୁଛନ୍ତି । ଅନ୍ୟପକ୍ଷରେ, ପ୍ରିୟା କପୁରଙ୍କ ପକ୍ଷରୁ ଓକିଲ କୋର୍ଟରେ କହିଛନ୍ତି ସଞ୍ଜୟ ଏକ ଟ୍ରଷ୍ଟ ଗଠନ କରିଥିଲେ । ୧୯୦୦ କୋଟି ଟଙ୍କାର ସମ୍ପତ୍ତି ପିଲାମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୯ରେ କରିବେ କୋର୍ଟ । ସଞ୍ଜୟ କପୁରଙ୍କ ହଠାତ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ମା ରାଣୀ କପୁର ସନ୍ଦେହ ପ୍ରକାଶ କରିଥିଲେ । ପୁଅର ମାଲିକାନାରେ ଥିବା ୩୦ହଜାର କୋଟି ଟଙ୍କାର ସମ୍ପତ୍ତି ହଡପ ପାଇଁ ଷଡଯନ୍ତ୍ର ରଚାଯାଉଥିବା ଆଶଙ୍କା ପ୍ରକାଶ କରିଥିଲେ । ଏପରିକି ତାଙ୍କ ଇଚ୍ଛା ବିନା କିଛି ଫାଇଲରେ ଦସ୍ତଖତ କରାଯାଇଥିବା ମଧ୍ୟ ଅଭିଯୋଗ କରିଥିଲେ । ୨୦୦୩ ମସିହାରେ କରିସ୍ମା କପୁରଙ୍କ ସହ ବିବାହ କରିଥିଲେ ସଞ୍ଜୟ । ୨୦୧୪ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା । ୨୦୧୭ରେ ମଡେଲ ତଥା ଅଭିନେତ୍ରୀ ପ୍ରିୟାଙ୍କୁ ତୃତୀୟ ବିବାହ କରିଥିଲେ ସଞ୍ଜୟ । ତେବେ ଜୁନ ୧୨ରେ ପୋଲୋ ଖେଳୁଥିବା ସମୟରେ ମୁହଁରେ ମହୁମାଛି ପଶିବା ପରେ ହୃଦଘାତର ଶିକାର ହୋଇ ୫୩ ବର୍ଷ ବୟସ୍କ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା ।
ବଡ଼ ଘରର ସମ୍ପତ୍ତି କଳି, କୋର୍ଟରେ ସ୍ୱର୍ଗତଃ ଶିଳ୍ପପତି ସଂଜୟ କପୁରଙ୍କ ଦୁଇ ପତ୍ନୀ
ଆବେଦନରେ ଅଭିଯୋଗ କରାଯାଇଛି ଯେ ପ୍ରିୟା କପୁର ତାଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ଇଚ୍ଛାପତ୍ରରେ ହେରଫେର କରିଛନ୍ତି । ସମ୍ପୂର୍ଣ୍ଣ ସମ୍ପତ୍ତିକୁ କବଜା କରିବାକୁ ଚାହୁଛନ୍ତି । ଅନ୍ୟପକ୍ଷରେ, ପ୍ରିୟା କପୁରଙ୍କ ପକ୍ଷରୁ ଓକିଲ କୋର୍ଟରେ କହିଛନ୍ତି ସଞ୍ଜୟ ଏକ ଟ୍ରଷ୍ଟ ଗଠନ କରିଥିଲେ । ୧୯୦୦ କୋଟି ଟଙ୍କାର ସମ୍ପତ୍ତି ପିଲାମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।
/kanak/media/media_files/2025/09/10/25-2025-09-10-21-04-43.jpg)