କନକ ବ୍ୟୁରୋ : ସିଙ୍ଗାପୁର ରାଷ୍ଟ୍ରପତି ସନ୍ମୁଗରତ୍ନମ ନିଜ ଦେଶରେ ଓଡ଼ିଶା ପଟ୍ଟଚିତ୍ରର କରିବେ ପ୍ରଚାର । ଐତିହ୍ୟ କଳାଗ୍ରାମ ରଘୁରାଜପୁରରେ ପଟ୍ଟଚିତ୍ର ଦେଖି ମୁଗ୍ଧ ହୋଇଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ସମୟ ମିଳିଲେ ପୁନର୍ବାର ଆସି ଗ୍ରାମବାସୀଙ୍କ ସହିତ ସମୟ ବିତାଇବେକୁ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।  ଏହାଦ୍ବାରା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଆଗାମୀ ଦିନରେ ଏକ ବଡ ସଫଳତା ସାଉଁଟିବାକୁ ଆଶାବାଦୀ ହୋଇଛନ୍ତି ରଘୁରାଜପୁର ପଟ୍ଟଚିତ୍ର ଶିଳ୍ପୀ । ସିଙ୍ଗାପୁର ରାଷ୍ଟ୍ରପତି କୋଣାର୍କ ବି ବୁଲି ଦେଖିଛନ୍ତି । 
ପୁରୀ ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି ।  ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁରରେ ପହଞ୍ଚି ଶିଳ୍ପୀଙ୍କ ସହ ଆଲୋଚନା କରି ସାଙ୍ଗରେ ନେଲେ କିଛି କଳାକୃତି ସାମଗ୍ରୀ ।  

Advertisment

ସିଙ୍ଗାପୁର ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀଙ୍କୁ ପାରମ୍ପରିକ ଭାବେ ସ୍ବାଗତ କରାଯାଇଥିଲା ଓ ଉଭୟେ ରଘୁରାଜପୁରର ଐତିହ୍ୟ ଗ୍ରାମ ବୁଲି କଳାକୃତି ଦେଖିବା ସହ ପ୍ରାୟ ଏକଘଣ୍ଟା ଧରି ଗ୍ରାମ ପରିଦର୍ଶନ କରିଥିଲେ । ଶିଳ୍ପୀ ମାନଙ୍କ ସହ ଆଲୋଚନା କରିଥିଲେ ସିଙ୍ଗାପୁର ରାଷ୍ଟ୍ରମୁଖ୍ୟ । ରଘୁରାଜପୁରରେ ପଟ୍ଟଚିତ୍ର ଦେଖି ମୁଗ୍ଧ ହୋଇଛନ୍ତି ଅତିଥି । ସମୟ ମିଳିଲେ ପୁଣି ଆସି ଗାଁ ଲୋକଙ୍କ ସହିତ ସମୟ ବିତାଇବେକୁ ଆଶ୍ୱାସନା ଦେଇଛନ୍ତି । ଫେରିବା ବେଳେ ସାଙ୍ଗରେ ରାମାୟଣ କଥାବସ୍ତୁ ସମ୍ବଳିତ ପଟ୍ଟଚିତ୍ର, କୃଷ୍ଣଲୀଳା କଥାବସ୍ତୁ ସହ ୧୦୮ କଳସ ଥିବା ଗଣେଶଙ୍କୁ ସେ କିଣିଥିଲେ।  ଏସବୁ ଓଡ଼ିଆ ପଟ୍ଟଚିତ୍ରକୁ ନିଜ ଦେଶରେ  ସିଙ୍ଗାପୁର ରାଷ୍ଟ୍ରପତି ପ୍ରାମୋଟ କରିବେ ।

ରଘୁରାଜପୁର ବୁଲିବା ପରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗରତ୍ନମ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଯାଇଥିଲେ । ଏଠାରେ ସେ ଏକ ଘଂଟା ବୁଲିଥିଲେ । ତାଙ୍କ ସହିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କୋଣାର୍କ କାରୁକାର୍ଯ୍ୟ ଦେଖି ଖୁସି ପ୍ରକାଶ କରିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଚଳିତ ମାସ ଶେଷରେ ଭୁବନେଶ୍ବରରେ ହେବ ଉତ୍କର୍ଷ ଓଡିଶା । ଏହା ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ  ଓଡିଶା ଗସ୍ତ ଓ ଏମଓୟୁ ସ୍ବାକ୍ଷର  ରାଜ୍ୟରେ ନିବେଶକଙ୍କ ପାଇଁ ନୂଆ ଆଶା ଆଣିଛି ।