ମିଳିଲା ପ୍ରତିଶ୍ରୁତି ହେଲେ ହେଲାନି ପୂରଣ : ପିଲାଙ୍କ ପାଠପଢା ପାଇଁ ନାହିଁ ବାସସ୍ଥାନ

Advertisment

ଘର ଭାଙ୍ଗିଦେଲ। ପ୍ରତିଶ୍ରୁତି ଦେଇ ପାଳନ କଲେ ନାହିଁ ତହସିଲଦାର। ପଲିଥିନ ତଳେ ରହିବା ସମ୍ଭବ ହେଉନି। ତେଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସପରିବାର। ସାଥିରେ ବାସନକୁସନ ଆଣିଛନ୍ତି।

ଘର ଭାଙ୍ଗିଦେଲ। ପ୍ରତିଶ୍ରୁତି ଦେଇ ପାଳନ କଲେ ନାହିଁ ତହସିଲଦାର। ପଲିଥିନ ତଳେ ରହିବା ସମ୍ଭବ ହେଉନି। ତେଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସପରିବାର। ସାଥିରେ ବାସନକୁସନ ଆଣିଛନ୍ତି।

study

study Photograph: (KanakNews )

କନକବ୍ୟୁରୋ : ଘର ଭାଙ୍ଗିଦେଲ। ପ୍ରତିଶ୍ରୁତି ଦେଇ ପାଳନ କଲେ ନାହିଁ ତହସିଲଦାର। ପଲିଥିନ ତଳେ ରହିବା ସମ୍ଭବ ହେଉନି। ତେଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସପରିବାର। ସାଥିରେ ବାସନକୁସନ ଆଣିଛନ୍ତି। ପିଲାମାନେ ବ୍ୟାଗ ବସ୍ତାନି ଧରି ଆସିଛନ୍ତି। ଯେଉଁ ପର୍ଯ୍ୟନ୍ତ ବାସର ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ, ସେ ପର୍ଯ୍ୟନ୍ତ ଏ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତି ପରିବାର।     

ଜିଲ୍ଲାପାଳଙ୍କ ଅଫିସ ଆଗରେ ପାଠପଢ଼ା। କାରଣ ଏମାନଙ୍କ ବାସ ଭାଙ୍ଗି ଦେଇଛି ପ୍ରଶାସନ। ଘର ନାହିଁ, ଖିଆପିଆ ନାହିଁ। ସ୍କୁଲ ନଯାଇ ବାପା-ମାଆଙ୍କ ସହ ଧାରଣରେ ବସିଛନ୍ତି। ଆଉ ଧାରଣାସ୍ଥଳରେ ହିଁ ପାଠ ପଢୁଛନ୍ତି। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ନାରୁ ଆସିଛି ଏହି ଦୃଶ୍ୟ। ପିଲାଛୁଆ, ବାସନକୁସନ ଧରି ଧାରଣା ଦେଇଛନ୍ତି ଆଳିପିଙ୍ଗଳ ବାଲିଘାଇ ବସ୍ତିରେ ରହୁଥିବା ୧୬ଟି ପରିବାର।

 ବାଲିଘାଇ ବସ୍ତିରେ ୪୦ବର୍ଷ ଧରି ରହୁଥିଲେ ଏହି ପରିବାର। ବସ୍ତିଟି ଅନାବାଦୀ ଜମିରେ ଥିବାରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ଉଚ୍ଛେଦ କରିଛି। ବସ୍ତି ବାସିନ୍ଦାଙ୍କୁ ନିକଟରେ ଏକ ସରକାରୀ ଜିମରେ ଅସ୍ଥାୟୀ ଭାବେ ରହିବା ପାଇଁ ଖଣ୍ଡେଖଣ୍ଡେ ଜରିପାଲ ଦିଆଯାଇଛି। ୧୫ଦିନ ଭିତରେ ବିକଳ୍ପ ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଜଗତସିଂହପୁର ତହସିଲଦାର। ଏହାରି ଭିତରେ ୩ ସପ୍ତାହ ବିତିଲାଣି, କୌଣସି ବ୍ୟବସ୍ଥା କରାଗଲା ନାହିଁ। ତେଣୁ ଶୀତ କାକରରେ ଜୀବନ କାଟୁଛନ୍ତି ବିସ୍ଥାପିତଙ୍କ ପରିବାର।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe