କନକ ବ୍ୟୁରୋ: କଂଗ୍ରେସ ଏବଂ ଆରଜେଡି ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଡ଼ି ସହିତ ବିହାରକୁ ତୁଳନା କରୁଥିବାରୁ ମୋଦୀ କଡ଼ା ସମାଲୋଚନା କରିଛନ୍ତି । ବିହାରର ଉନ୍ନତିକୁ ଦୁଇଦଳ ହଜମ କରିପାରୁନାହାନ୍ତି ବୋଲି କହିବା ସହ ବିହାର, ଆସାମ ଓ ପଶ୍ଚିମବଙ୍ଗରେ ଅନୁପ୍ରବେଶକୁ ପ୍ରୋତ୍ସାହନ ଦେଉଥିବା ମୋଦୀ ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ଆଜି ବିହାରର ପୂର୍ଣ୍ଣିଆ ଗସ୍ତରେ ଯାଇ ଜନସଭାକୁ ସମ୍ୱୋଧନ କରିଥିଲେ । ତିନି ସପ୍ତାହ ମଧ୍ୟରେ ଏହା ମୋଦୀଙ୍କ ଦ୍ୱିତୀୟ ବିହାର ଗସ୍ତ ଥିଲା । କଂଗ୍ରେସ ଏବଂ ଆରଜେଡିକୁ ମୋଦୀ ସମାଲୋଚନା କରିବା ସହିତ ଏନଡିଏ ସରକାରଙ୍କ ସଫଳତାର ହିସାବ ଦେଇଥିଲେ ।  ମୋଦୀ  ବିଧାନସଭା ନିର୍ବାଚନ ପୂର୍ବରୁ ବିହାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଉପହାର ଦେଇଛନ୍ତି ।  ବିହାରରେ ୩୬ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିଛନ୍ତି ମୋଦୀ । ପୂର୍ଣ୍ଣିଆ ବିମାନବନ୍ଦରକୁ ମୋଦୀ ଉଦଘାଟନ କରିଛନ୍ତି । କୋଲକାତା ପରେ ପୂର୍ଣ୍ଣିଆ ବିମାନବନ୍ଦର ପୂର୍ବ ଭାରତର ସବୁଠାରୁ ବଡ଼ ବିମାନବନ୍ଦର । ଏହା ସହିତ ବନ୍ଦେ ଭାରତ ଏକ୍ସପ୍ରେସ, ଅମୃତ ଭାରତ ଏକ୍ସପ୍ରେସ ଓ ଗୋଟିଏ ପାସେଞ୍ଜର ଟ୍ରେନ ଚଳାଚଳର ମୋଦୀ ଶୁଭାରମ୍ଭ କରିଛନ୍ତି । ଜାତୀୟ ମଖାନା ବୋର୍ଡ ମଧ୍ୟ ଉଟଘାଟିତ ହୋଇଛି । ଏହାପରେ ମୋଦୀ ଜନସଭାକୁ ସମ୍ୱୋଧନ କରିଥିଲେ । 

Advertisment

ବିହାରକୁ ମାଳମାଳ ପ୍ରତିଶ୍ରୁତି 
ବିରୋଧୀଙ୍କୁ ମୋଦୀଙ୍କ ଟାର୍ଗେଟ
ତିନି ସପ୍ତାହ ମଧ୍ୟରେ ମୋଦୀଙ୍କ ଦ୍ୱିତୀୟ ବିହାର ଗସ୍ତ
କଂଗ୍ରେସ ଏବଂ ଆରଜେଡି ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ
ବିଡ଼ି ସହିତ ବିହାରକୁ ତୁଳନା କରୁଥିବାରୁ କଡ଼ା ସମାଲୋଚନା
ବିହାରକୁ ୩୬, ୦୦୦ କୋଟି ଟଙ୍କାର ଉପହାର
ବହୁ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ ଓ ଉଦଘାଟନ 
ପୂର୍ଣ୍ଣିଆ ବିମାନବନ୍ଦର ଉଦଘାଟନ କଲେ ମୋଦୀ
ପୂର୍ଣ୍ଣିଆ ବିମାନବନ୍ଦର ପୂର୍ବ ଭାରତର ବଡ଼ ବିମାନବନ୍ଦର 
ବନ୍ଦେ ଭାରତ ଏକ୍ସପ୍ରେସ, ଅମୃତ ଭାରତ ଏକ୍ସପ୍ରେସ ଉଦଘାଟିତ