କନକବ୍ୟୁରୋ : ପ୍ରଖ୍ୟାତ ଏନଆରଆଇ ଶିଳ୍ପପତି ଏବଂ ସମାଜସେବୀ ଲର୍ଡ ସ୍ୱରାଜ ପରଲୋକ ଗୁରୁବାର ସନ୍ଧ୍ୟାରେ ୯୪ ବର୍ଷ ବୟସରେ ଲଣ୍ଡନରେ ପରଲୋକ ହୋଇଛି। ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ ।
ବୟସ ଜନିତ ଅସୁସ୍ଥତା କାରଣରୁ ତାଙ୍କୁ କିଛିଦିନ ତଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ତାଙ୍କ ପରିବାର ଲୋକଙ୍କ ଗହଣରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୟୁକେରେ କାପାରୋ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା କରିଥିବା ଲର୍ଡ ସ୍ୱରାଜ ପଲଙ୍କ ଜନ୍ମ ପଞ୍ଜାବର ଜଳନ୍ଧରରେ ହୋଇଥିଲା । ୧୯୬୬ ମସିହାରେ ସେ ତାଙ୍କ ଝିଅ ଅମ୍ବିକାଙ୍କ ଚିକିତ୍ସା ପାଇଁ ୟୁକେ ଯାଇଥିଲେ। ଅମ୍ବିକା ପରେ ଲ୍ୟୁକେମିଆରେ ମୃତ୍ୟୁବରଣ କରିଥିଲେ ।
ତା'ପରେ ସେ କାପାରୋ ଗ୍ରୁପ୍ ପ୍ରତିଷ୍ଠା କରିଥିଲେ, ଯାହା ଇସ୍ପାତ, ଇଞ୍ଜିନିୟରିଂ ଏବଂ ରିଅଲ ଇଷ୍ଟେଟ୍ ଭଳି କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କମ୍ପାନୀ ହୋଇଗଲା। ଲର୍ଡ ସ୍ବରଜ ପଲଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଏକ୍ସରେ ଶ୍ରୀ ମୋଦୀ ଲେଖିଛନ୍ତି ଯେ ଶିଳ୍ପଜଗତ, ଜନସେବା କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ । ଭାରତ-ବ୍ରିଟେନ ସମ୍ପର୍କରେ ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ବୋଲି ମୋଦୀ ଲେଖିଛନ୍ତି ।