କନକ ବ୍ୟୁରୋ : ପୂର୍ବତନ ସେନାଧିକାରୀ ତଥା  ଉପସ୍ଥାପକ  ପିଟ ହେଗସେଥଙ୍କୁ  ଟ୍ରମ୍ପ ସରକାରରେ ହେବେ  ପ୍ରତିରକ୍ଷା ସଚିବ । ଯେବେଠୁ ତାଙ୍କ ପ୍ରତିରକ୍ଷା ସଚିବ ପଦରେ ନିଯୁକ୍ତି ଦିଆଯାଇଛି ସେବେଠୁ ସେ ଖୁବ ଚର୍ଚ୍ଚାରେ ରହିଛନ୍ତି । ସବୁଠୁ ବଡ କଥା ହେଉଛି ପିଟ ନିଯୁକ୍ତି ପାଇବା ପରେ ତାଙ୍କ ଏକ ପୁରୁଣା ଭିଡିଓ ବେଶ ଭାଇରାଲ ହେଉଛି । ୨୦୧୫ ମସିହାରେ ଏକ ପ୍ରତିଯୋଗିତାରେ ହେଗସେଥ ଅଂଶଗ୍ରହଣ କରିଥିଲେ ।  ଲାଇଭ ଟିଭିରେ କୁରାଢି ଫିଙ୍ଗୁଥିବା ସମୟରେ ଜଣେ ବାଜା ବଜାଉଥିବା ବ୍ୟକ୍ତି ଦେହରେ ବାଜିବା ପୂର୍ବରୁ ଅଳ୍ପକେ ସେ ବର୍ତ୍ତିଯାଇଥିଲେ । କେବଳ ସେତିକି ନୁହେଁ ଏନେଇ ତାଙ୍କ ନାଁରେ ପୁଲିସ ମାମଲା ମଧ୍ୟ ଚାଲିଥିଲା । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଆଗକୁ ଆମେରିକାର ରାଜନୈତିକ ଦୃଶ୍ୟପଟ୍ଟ ଏବଂ ଟ୍ରମ୍ପ ସରକାରରେ ବିଶୃଙ୍ଖଳା ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ଆସନ୍ତୁ ଜାଣିବା ପିଟଙ୍କ ବିଷୟରେ ଅଧିକ କିଛି ତଥ୍ୟ—
୪୪ବର୍ଷୀୟ ହେଗେସେଥ ଆମେରିକା ସେନାର ପୂର୍ବତନ ଅଧିକାରୀ
ଲେଖକ, ଉପସ୍ଥାପକ, ଟିଭି ଅଭିନେତା
ପରିଶ୍ରମୀ, ବୁଦ୍ଧିମାନ,ବିଶ୍ବସ୍ତ କହି ଟ୍ରମ୍ପ ପ୍ରଶଂସା କରନ୍ତି
ଇସ୍ରାଏଲର ସମର୍ଥକ ପିଟ୍ 

Advertisment

ଟ୍ରମ୍ପଙ୍କ ଆଉ ଜଣେ ମନ୍ତ୍ରୀ ହେବେ  ରବର୍ଟ ଏଫ କେନେଡି ଜୁନିୟର  । ଇଏ ଏଥିପାଇଁ ଚର୍ଚ୍ଚାରେ ଅଛନ୍ତି କାରଣ ତାଙ୍କ ବୟାନ ସବୁବେଳେ ଖବରରେ ରହିଛି, ପ୍ରବଳ ବିରୋଧ କରାଯାଇଛି । କେବେକେମିତି ସମାଲୋଚନାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି । ରବର୍ଟ ଆମେରିକାରେ ଟିକା ବିରୋଧୀ ନେତା ଭାବେ ଜଣାଶୁଣା ।  ଏବେ ଟ୍ରମ୍ପ ତାଙ୍କୁ ଆମେରିକାର ସ୍ବାସ୍ଥ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଆମେରିକାର ସ୍ବାସ୍ଥ୍ୟ ଏବଂ ମାନବ ସେବା ବିଭାଗର ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ  କରିଛି। ବିଶେଷଜ୍ଞମାନେ ଏହାକୁ ଏକ ଭୁଲ ପଦକ୍ଷେପ ଭାବରେ ବିଚାର କରୁଛନ୍ତି ।
ପୂର୍ବତନ ଆମେରିକା ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ସର୍ମ୍ପକୀୟ ରବର୍ଟ
ଟିକା ବିରୋଧୀ ନେତା ଭାବେ ସମାଲୋଚନାର ଶିକାର ହୋଇଛନ୍ତି
ଆମେରିକାର ସ୍ବାସ୍ଥ୍ୟ ସମ୍ବନ୍ଧରେ ରବର୍ଟଙ୍କ ନିଷ୍ପତ୍ତି ଗ୍ରହଣୀୟ ନହୋଇପାରେ
ସୋସିଆଲ ମିଡିଆରେ ତାଙ୍କ ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଏ

୨୦୨୫ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ସହ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବେ ।  ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ନାଁ ଘୋଷଣା ହେବା ପରେ ସେ ଯୁଦ୍ଧ ବନ୍ଦ କରିବା ନେଇ ସେ ଘୋଷଣା କରିଥିଲେ । ତେବେ ଏଭଳି ନିଯୁକ୍ତି ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ସ୍ବାଭାବିକ ।