ganjam link Photograph: (kanakNews)
କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ କେଳେଙ୍କାରୀ ଧୀରେ ଧୀରେ ସାମ୍ନାକୁ ଆସୁଥିବା ବେଳେ ଏହାର ଗଞ୍ଜାମ ଲିଙ୍କ୍ ଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରେ ଜନସେବା କେନ୍ଦ୍ର ମାଧ୍ୟମରେ ହେଉଥିଲା ଟଙ୍କା ଆଦାୟ । ଅନଲାଇନ୍ ମାଧ୍ୟମରେ ଲାଞ୍ଚ ଟଙ୍କା ସଂଗ୍ରହ କରୁଥିଲେ ଜନସେବା କେନ୍ଦ୍ର ମାଲିକ ଅଲେଖ ପ୍ରଧାନ । ଲାଞ୍ଚ ଟଙ୍କାକୁ ପ୍ରକଳ୍ପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ପ୍ରଦାନ କରୁଥିଲେ ଅଲେଖ।
ବର୍ତ୍ତମାନ ସୁଦ୍ଧା ଶାନ୍ତନୁଙ୍କର ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇସାରିଛି। ଲକର ଭିତରୁ ଜବତ ଜମି କାଗଜପତ୍ର ନେଇ ଚାଲିଛି ଯାଞ୍ଚ । ମାଲକାନଗିରି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ କରୁଥିଲେ ପ୍ରକଳ୍ପ ନିର୍ଦ୍ଦେଶକ ।
Follow Us