କନକ ବ୍ୟୁରୋ: ବନ୍ଧାହେଲେ କୋଟିପତି ବାବୁ। ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଝାଳବୁହା ଜେରା କରିଛନ୍ତି । ଜେରା ସମୟରେ ୪ ଜଣ ସହଯୋଗୀଙ୍କ ନାଁ କହିଛନ୍ତି ଶାନ୍ତନୁ । ତେବେ ଶାନ୍ତନୁଙ୍କ ସହ ଅମୀୟକାନ୍ତ ସାହୁ, ମୋହନ ମଣ୍ଡଳ, ବିଶ୍ବଜିତ ମଣ୍ଡଳ, ଅଲେଖ ପ୍ରଧାନଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ଚଢ଼ଉ ବେଳେ ଶାନ୍ତନୁଙ୍କ ଠାରୁ ୨ କୋଟି ୮ ଲକ୍ଷ ୯୨ ହଜାର ଟଙ୍କା ଜବତ ହୋଇଛି । ଲକର ଭିତରୁ ମଧ୍ୟ ମିଳିଥିଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ଉ କରିଥିଲା ଭିଜିଲାନ୍ସ।
ବନ୍ଧାହେଲେ ଶାନ୍ତନୁ ମହାପାତ୍ର; ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ
ବେଆଇନ୍ ସମ୍ପତ୍ତି ଓ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ବନ୍ଧାହେଲେ ଶାନ୍ତନୁ ମହାପାତ୍ର । ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ୫ ଗିରଫ । ବାନ୍ଧିଲା ଭିଜିଲାନ୍ସ ବିଭାଗ
/kanak/media/media_files/2025/02/07/qUnLzaiVxmFJnCV6ZELS.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)