ଲେମ୍ବୁ ଚାଷରୁ ଲାଭ ବଢ଼ିଆ, ଚାକିରିରୁ ଅବସର ପରେ ଚାଷ କରି ଲାଭବାନ

Advertisment

ଅବସର ପରେ ଲେମ୍ବୁ ଚାଷ କରିଛନ୍ତି ସାଲେପୁରର ନାରାୟଣ

ଅବସର ପରେ ଲେମ୍ବୁ ଚାଷ କରିଛନ୍ତି ସାଲେପୁରର ନାରାୟଣ

ଲେମ୍ବୁଚାଷରୁ ଲାଭ ବଢ଼ିଆ

ଲେମ୍ବୁଚାଷରୁ ଲାଭ ବଢ଼ିଆ Photograph: (KanakNews)

କନକ ବ୍ୟୁରୋ;   ଏ ହେଉଛନ୍ତି ନାରାୟଣ ସ୍ୱାଇଁ । ସରକାରୀ ଚାକିରି ପରେ ସେ ଲେମ୍ବୁ ଚାଷ କରୁଛନ୍ତି । ଜଣେ ସଫଳ କାଗିଜି ଲେମ୍ବୁ ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଚାକିରି ସମୟରେ ତାଙ୍କର ଚାଷ ପ୍ରତି ଦୁର୍ବଳତା ଥିଲା। ଏବେ ଏହି ଚାଷ ତାଙ୍କୁ ଆତ୍ମସନ୍ତୋଷ ଦେଇଛି । ପ୍ରାୟ ଏକ ଏକର ଜମିରେ ସେ ଲେମ୍ବୁ ଗଛ ଲଗାଇଛନ୍ତି । ଗଛ ଲଗାଇବାର ୩ ବର୍ଷ ପରେ ଭଲ ଅମଳ ହେଉଛି ।

ମାତ୍ର ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏବେ ପ୍ରତିବର୍ଷ ତାଙ୍କୁ ଲକ୍ଷାଧିକ ଟଙ୍କାର ରୋଜଗାର ମିଳୁଛି । ନିକଟସ୍ଥ ଏକ ବେସରକାରୀ ଫାର୍ମରୁ ଚାରା କିଣି ଲଗାଇଥିଲେ । ବିଭିନ୍ନ ପ୍ରଜାତିର କାଗେଜି ଲେମ୍ବୁ ଯଥା ଗୋଲ, ଚେପଟା, ଲମ୍ବା, ପତଳା ଚୋପା, କଣ୍ଟା ବିହୀନ କାଗିଜି ଚାରା ରୋପଣ କରି ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ଲେମ୍ବୁ ସହିତ ଅମୃତଭଣ୍ଡା, ଗୁଆ, ନଡ଼ିଆ, ପିଜୁଳି, ଆମ୍ବ, ପଣସ ଭଳି ବିଭିନ୍ନ ଫଳ ଓ ପନିପରିବା ଚାଷ ବି କରିଛନ୍ତି । ସେ ନିଜେ ରୋଜଗାର କରିବା ସହ ଏହି କାମରେ ୪ ଜଣଙ୍କୁ ନିୟୋଜିତ କରିଛନ୍ତି । 

 ନାରାୟଣଙ୍କ ଦୃଢ ମନୋବଳ କଠିନ ପରିଶ୍ରମ ଆଗରେ ହାର ମାନିଛି ବୟସ। ଏଥିସହିତ ବର୍ତ୍ତମାନ ଯୁବ ସମାଜ ପାଇଁ ସେ ମଧ୍ୟ ପ୍ରେରଣା ପାଲଟିଛନ୍ତି । ଅନ୍ୟପଟେ ତାଙ୍କର ଏହି କାଗେଜି ଲେମ୍ବୁ ଫାର୍ମକୁ ଅନେକ ଉତ୍ସାହୀ ଚାଷୀ ଆସି ଏହି ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି । କ୍ୱିଣ୍ଟାଲ କ୍ୱିଣ୍ଟାଲ ଲେମ୍ବୁ ଆମଦାନୀ ହେବା ଫଳରେ କଟକ ସାଲେପୁର, ଜଗତସିଂହପୁର ସହ ନିକଟସ୍ଥ ମାର୍କେଟ ନିଶ୍ଚିନ୍ତକୋଇଲି, ନେମାଳ, ବିଲହାଟ ଭଳି ମାର୍କେଟକୁ ବିକ୍ରି ପାଇଁ ପଠାଉଛନ୍ତି ।  ଯୁବପିଢ଼ି ଚାକିରି ପଛରେ ନଗୋଡ଼ାଇ ଏହି ଭଳି କିଛି ନୂଆ ପଦ୍ଧତିର ଚାଷ କଲେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ ବାର୍ତ୍ତା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe