କନକବ୍ୟୁରୋ : ବଡ କଲେଜର ବଡ ଗୁମର କଥା । ବାଲେଶ୍ବର ଫକୀର ମୋହନ କଲେଜରେ ଆଜି  ଯେଉଁ ଅଭାବନୀୟ ଘଟଣା ଘଟିଛି  ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସଂପୃକ୍ତ ଛାତ୍ରୀ ଏଜୁକେସନ ବିଭାଗର ମୁଖ୍ୟଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ।  ଆଜି ପ୍ରିନ୍ସିପାଲଙ୍କ ରୁମରୁ ବାହାରି ଅଚାନକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ  ।

Advertisment

ବାଲେଶ୍ବର ଫକୀର ମୋହନ କଲେଜରେ ଛାତ୍ରୀ ଅତ୍ମହତ୍ୟା ଉଦ୍ୟମ ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । କଲେଜର ଅଧ୍ୟକ୍ଷ ଓ  ଅଧ୍ୟାପକ ସମୀର ସାହୁକୁ ସସପେଣ୍ଡ କରାଯାଇଛି । ଆତ୍ମହତ୍ୟା ଉଦ୍ୟମ  କରିଥିବା ଛାତ୍ରୀଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଛି । ସେ ଗୁରୁତର ଅଛନ୍ତି । ତାଙ୍କୁ ବର୍ଣ୍ଣ ୱାର୍ଡକୁ ସ୍ଥାନାର କରାଯାଇଛି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏମ୍ସ ଯାଇ ଗୁରୁତର ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ଆଜି ସକାଳେ ବାଲେଶ୍ବର ଫକୀର ମୋହନ କଲେଜରେ ଏହି ଘଟଣା ଘଟିଥିଲା ।  ପ୍ରିନ୍ସପାଲ ରୁମରୁ ବାହାରିବା ପରେ  ସଂପୃକ୍ତ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ପହଞ୍ଚିଥିଲେ  ବିଜେଡିର ପ୍ରତିନିଧି ମଣ୍ଡଳୀ । ବର୍ଣ୍ଣ ଆଇସିୟୁ କୁ ପୀଡିତାଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି  ।  ତା ସହ ପୂର୍ବରୁ ଘଟଣା କେମିତି ରହିଥିଲା ସେ ବାବଦରେ ଆଲୋଚନା କରିଛନ୍ତି ।