ଅଶୋକ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ମହମୁଦାବାଦ ଅଲ୍ଲି ଖାନଙ୍କୁ ଗିରଫ କରିଛି ପୁଲିସ । ଅପରେସନ ସିନ୍ଦୂର ପରେ ସୋସିଆଲ୍ ମିଡିଆ ପୋଷ୍ଟରେ ଦେଇଥିବା କମେଣ୍ଟକୁ ନେଇ ୧୪ ଦିନ ପାଇଁ ପ୍ରଫେସରଙ୍କୁ ଥାନାକୁ ଭିଡ଼ି ନେଇଛି ପୁଲିସ । ଅପରେସନ ସିନ୍ଦୂର ପାକିସ୍ତାନ ବିରୁଦ୍ଧରେ ଭାରତର ସେନା କରିଥିଲା । ଯାହା ପହଲଗାମ ଆକ୍ରମଣ ପରେ ଆରମ୍ଭ ହୋଇଥିଲା ।
/kanak/media/media_files/2025/05/20/8YHjB87NfKh7a6SjbULm.jpg)
ହରିୟାଣା ପୁଲିସ ପ୍ରଫେସରଙ୍କୁ ଅଧିକ ପଚରାଉଚରା କରିବା ପାଇଁ ୭ ଦିନିଆ ରିମାଣ୍ଡରେ ନେବାକୁ କହିଥିଲା । କିନ୍ତୁ ସୋନିପତ କୋର୍ଟ ଏହାକୁ ଖାରଜ କରି ପ୍ରଫେସରଙ୍କୁ ୧୪ ଦିନ ପାଇଁ ଜେଲ୍ ପଠାଇବାକୁ ଆଦେଶ ଦେଇଛନ୍ତି । ପ୍ରଫେସରଙ୍କ ପୋଷ୍ଟକୁ ଭାରତୀୟ ସଶସ୍ତ୍ର ବଳଙ୍କ ବିରୁଦ୍ଧରେ ବୋଲି ଗ୍ରହଣ କରାଯାଇଛି । ଖାସ୍ କରି ମହିଳା ଅଧିକାରୀ କର୍ଣ୍ଣେଲ୍ ସୋଫିଆ କ୍ୟୁରେସୀ ଏବଂ ୱିଙ୍ଗ୍ କମାଣ୍ଡର୍ ବ୍ୟୋମିକା ସିଂହଙ୍କ ପ୍ରତି ଏହା ଅପମାନଜନକ ବୋଲି କୁହାଯାଇଛି । ଏହି ମାମଲାକୁ ନେଇ ତଦନ୍ତ ଚାଲିଥିବା ବେଳେ ସତ ସାମ୍ନାକୁ ଆସିଲେ ଉକ୍ତ ପ୍ରଫେସରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/05/20/AUpN72lVsnFYmTmXtMxP.jpg)