ପ୍ରଫେସର କୁଲଭୂଷଣ ବାଲୁନି ବିଜିୟୁର ନୂଆ କୁଳପତି

Advertisment

ବିର୍ଲା ଗ୍ଲୋବାଲ ୟୁନିଭରସିଟିର ନୂତନ କୁଳପତି ଭାବେ କୁଲଭୂଷଣ ବାଲୁନି ଦାୟିତ୍ଵ ଗ୍ରହଣ କରିଛନ୍ତି । ତାଙ୍କର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକରେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ଵ ଅଭିଜ୍ଞତା ରହିଛି ।

Updated On

ବିର୍ଲା ଗ୍ଲୋବାଲ ୟୁନିଭରସିଟିର ନୂତନ କୁଳପତି ଭାବେ କୁଲଭୂଷଣ ବାଲୁନି ଦାୟିତ୍ଵ ଗ୍ରହଣ କରିଛନ୍ତି । ତାଙ୍କର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକରେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ଵ ଅଭିଜ୍ଞତା ରହିଛି ।

ଅଦ୍ୟତନ ହୋଇଛି
wdw

କନକ ବ୍ୟୁରୋ: ବିର୍ଲା ଗ୍ଲୋବାଲ ୟୁନିଭରସିଟିର ନୂତନ କୁଳପତି ଭାବେ କୁଲଭୂଷଣ ବାଲୁନି ଦାୟିତ୍ଵ ଗ୍ରହଣ କରିଛନ୍ତି । ତାଙ୍କର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକରେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ଵ ଅଭିଜ୍ଞତା ରହିଛି । ପ୍ରଫେସର ବାଲୁନି ପରିବେଶ ନିରନ୍ତରତା, ବିକାଶ ନୀତି ଏବଂ ସାମାଜିକ ଉଦ୍ୟୋଗଶୀଳତା ଉପରେ ଗବେଷଣା ପାଇଁ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ସେ ୧୯୯୭-୯୮ ଶିକ୍ଷା ବର୍ଷରେ ଆଇଆଇଏମ୍ କୋଝି କୋଡରେ ଫାକଲ୍ଟି ସଦସ୍ୟ ଭାବେ ଯୋଗ ଦେଇଥିବା ସହ ୨୦୧୪ରୁ ୨୦୧୮ ପର୍ୟ୍ୟନ୍ତ କୋଝି କୋଡରେ ନିର୍ଦ୍ଦେଶକ ରୂପେ କାର୍ୟ୍ୟଭାର ସମ୍ଭାଳି ଥିଲେ। ଆଇଆଇଏମ୍ ଅମୃତସରର ପ୍ରଥମ ପରାମର୍ଶଦାତା ନିର୍ଦ୍ଦେଶକ ଭାବେ ୨୦୧୯ ରୁ ୨୦୨୪ ପର୍ୟ୍ୟନ୍ତ ସେ କାର୍ୟ୍ୟ କରିଛନ୍ତି । ପରେ, ସେ ଆଇଆଇଏମ୍ କାଶୀପୁରର ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ରହିଥିଲେ। ସେ ନ୍ୟାଶନାଲ ୟୁନିଭରସିଟି ଅଫ୍ ସିଙ୍ଗାପୁର, କୋପେନ୍‌ହେଗନ୍ ବିଶ୍ଵବିଦ୍ୟାଳୟ, ଉପସାଲା ବିଶ୍ଵବିଦ୍ୟାଳୟ ଏବଂ ଓ୍ୱାଗେନିଙ୍ଗେନ ବିଶ୍ଵବିଦ୍ୟାଳୟ ସମେତ ବିଭିନ୍ନ ଗବେଷଣା ଅନୁଷ୍ଠାନରେ ଅତିଥୁ ବିଶାରଦ ଭାବେ କାର୍ୟ୍ୟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe