କନକ ବ୍ୟୁରୋ : ଓଡ଼ିଆ ଚଳଚ୍ଚିତ୍ର ଜଗତର ସଫଳ ଓ ଅନୁଭବୀ ନିର୍ମାତା ସୀତାରାମ୍ ଅଗ୍ରୱାଲ୍, ଯିଏ ସବୁବେଳେ ନୂଆ କାହାଣୀ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ରକୁ ନୂତନ ଦିଗ ଦେଇଛନ୍ତି, ସେ ଏବେ ଆଉ ଏକ ତାଜା ଓ ଗଭୀର ଭାବନାତ୍ମକ ପ୍ରେମ କାହାଣୀ “ଛି ରେ ନନି” ସହିତ ବଡ଼ ପରଦାକୁ ଫେରୁଛନ୍ତି । ଏହି ଚଳଚ୍ଚିତ୍ର ୧ ଅଗଷ୍ଟ ୨୦୨୫ ରେ ମୁକ୍ତିଲାଭ କରିବାକୁ ଯାଉଛି ସାରା ଓଡ଼ିଶାର ସିନେମା ହଲ୍ ରେ । ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି ।
ଏହି ନୂତନ ପିଢ଼ୀର ରୋମାଣ୍ଟିକ୍ ଫିଲ୍ମ , ନିରୀହ ପ୍ରେମ, ଗ୍ରାମ୍ୟ ବାସ୍ତବତା ଓ ହୃଦୟବିଦାରକ ନାଟକୀୟତାକୁ ଏକତ୍ର କରି ଦେଖାଉଛି , ଯେଉଁଠି ପ୍ରେମ , ପରିବାର ଓ ଭାଗ୍ୟକୁ ଅସ୍ୱୀକାର କରେ । ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନର୍ ରେ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି, ଶିବାନୀ ସଙ୍ଗୀତା, ଶୈଳେନ୍ଦ୍ର ଓ ଦିପନ୍ୱିତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ବରିଷ୍ଠ କାହାଣୀ ଓ ସାହସିକ ଚିତ୍ରଣ ଲାଗି ଆରମ୍ଭରୁ ହିଁ ଚର୍ଚ୍ଚାରେ ଅଛି । ସାରା ବିଶ୍ୱରେ ଚର୍ଚ୍ଚାରେ ଥିବା ଭାଇରାଲ ଗୀତ "ଛି ରେ ନନୀ " କୁ ଦର୍ଶକ ଦେଖିବେ ନୂଆ ସ୍ୱାଦରେ । "ଛି ରେ ନନୀ" ସହିତ ଓଡ଼ିଆ ସିନେମା ଏକ ଉତ୍ସାହଜନକ ନୂଆ ଅଧ୍ୟାୟକୁ ପ୍ରବେଶ କରୁଛି – ଅପେକ୍ଷା କରନ୍ତୁ ୧ ଅଗଷ୍ଟ ୨୦୨୫ ତାରିଖକୁ !