କନକ ବ୍ୟୁରୋ: ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜନ୍ମ ନେବା ପୂର୍ବରୁ ସମାଧି ନେଇଛି । ଏହାସହ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଅଧିଗ୍ରହଣ କରିଥିବା ଜମି ଫେରସ୍ତ ନେଇ ବାଟ ଫିଟିଛି । ଅଧିଗ୍ରହଣ ହୋଇଥିବା ଚାଷୀଙ୍କ ଜମି, ମହାପ୍ରଭୁଙ୍କ ଜମି ଫେରାଇ ଦେବାକୁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପ୍ରତିଷ୍ଠା ପୂର୍ବରୁ ବିବାଦ ଘେରକୁ ଆସିଥିଲା । ପୂର୍ବ ସରକାର ଅହେତୁକ ଅନୁକମ୍ପା ଦେଖାଇ ବେଦାନ୍ତକୁ ଜମି ଟେକି ଦେଇଥିଲେ। ଦୀର୍ଘଦିନର ଆଇନଗତ ଲଢେଇ ପରେ ଏବେ ବେଦାନ୍ତ ଠାରୁ ଜମି ଫେରାଇ ଆଣିବାକୁ ନୂଆ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି।
- ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଫେରାଇଲେ ମାଲିକଙ୍କୁ ମିଳିବ ଜମି
- ଯେଉଁମାନଙ୍କର ଜମିର ସ୍ବତ୍ବ ପରିବର୍ତ୍ତନ ହୋଇଛି ସେମାନଙ୍କର ଜମି ଫେରସ୍ତ କରାଯିବ
- ୨୦୨୩ରେ ଜମି ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
- ହାଇକୋର୍ଟରେ ମାମଲା ଦାଖଲ କରିନଥିଲେ ମଧ୍ୟ ଫେରସ୍ତ ହେବ ଜମି
- ଜମି ଫେରସ୍ତ ନେଇ ୨ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ
- ଜମିଜମା ରେକର୍ଡ ପରିବତ୍ତର୍ନ କରାଯିବ
- ପୂର୍ବରୁ ବେଦାନ୍ତ ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ
- ଲୋକପାଳ ମଧ୍ୟ ତୃତୀୟ ମହଲା ଉପରକୁ ଉଠାଇଥିଲେ ଆଙ୍ଗୁଳି