କନକବ୍ୟୁରୋ :ଭାରତୀୟ ଶିଶୁ ରୋଗ ବିଶେଷଜ୍ଞ ସଂଘର ୧୫ତମ ବାର୍ଷିକ ସମ୍ମିଳନୀ ଏହାର ଓଡ଼ିଶା ଶାଖା ତରଫରୁ ଆୟୋଜନ କରାଯାଇଛି । ଏହି ସମ୍ମିଳନୀକୁ ପୂର୍ବତନ ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ. ଏହି ଅବସରରେ ସେ ଡାକ୍ତର ମାନଙ୍କୁ ମାନବ ସମାଜ ପାଇଁ ଈଶ୍ୱରଙ୍କ ଶ୍ରେଷ୍ଠ ଉପହାର ଏବଂ ଶିଶୁ ରୋଗ ଡାକ୍ତରଙ୍କୁ ଶ୍ରେଷ୍ଠତମ ଉପହାର ବୋଲି କହିଥିଲେ. ସେ ଆହୁରି ମଧ୍ୟ କହିଛନ୍ତି ଜନ୍ମିତ ଶିଶୁଙ୍କୁ ଆମେ ଈଶ୍ୱରଙ୍କ ସ୍ୱରୂପ ବୋଲି କହିଥାଉ. ଆଉ ଏହି ଈଶ୍ୱରଙ୍କ ସ୍ୱରୂପ ମାନଙ୍କୁ ରୋଗ ମୁକ୍ତ ବା ଚିକିତ୍ସା କରୁଥିବା ଡ଼ାକ୍ତରଙ୍କୁ ଆମେ ଈଶ୍ୱରଙ୍କ ଶ୍ରେଷ୍ଠତମ ଉପହାର ବୋଲି ନିଶ୍ଚିତ କହିବା.ଏହି ସମ୍ମିଳନୀରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନବୀନ ବାଜାଜ୍, ରାଜେଶ କୁମାର, ବିଜୟ କୁମାର ଭୂୟାଁ, ଜଗଦୀଶ ପ୍ରସାଦ ସାହୁ ପ୍ରମୁଖ ଏବଂ ଅଷ୍ଟ୍ରେଲିଆ ଆମେରିକା ଆଦି ବିଦେଶ ରାଷ୍ଟ୍ର ରୁ ଆନ୍ତର୍ଜାତୀୟ ୧୨ଜଣ ଏବଂ ୬୦ରୁ ଉର୍ଦ୍ଧ୍ବ ଡାକ୍ତରଙ୍କ ସହ ୬ଶହ ରୁ ଉର୍ଦ୍ଧ୍ବ ଶିଶୁ ରୋଗ ଚିକିତ୍ସକ ଯୋଗ ଦେଇଥିଲେ. ବହୁ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ନିଜ ନିଜ ସନ୍ଦର୍ଭ କଥା କହିଥିଲେ
ଡାକ୍ତର ବିଶ୍ୱଜିତ୍ ମିଶ୍ର ସମ୍ମିଳନୀର ସଭା କାର୍ଯ୍ୟ ଆରମ୍ଭ କରିବା ସହ ଅତିଥି ପରିଚୟ କରିଥିଲେ.ଏହି ଅବସରରେ ଡାକ୍ତର ସ୍ନେହମୟୀ ନାୟକଙ୍କ ଦ୍ଵାରା ସମ୍ପାଦିତ ଭାରତୀୟ ଶିଶୁ ରୋଗ ବିଶେଷଜ୍ଞ ସଂଘର ସ୍ମରଣିକା ୨୦୨୪ ମୁଖ୍ୟ ଅତିଥି ଓ ଅନ୍ୟ ମଞ୍ଚାସିନ ସଂଘ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା. ଏହା ବାଦ ଜନ୍ମ ରୁ ୧ ମାସ ବୟସ ଶିଶୁଙ୍କ ଯତ୍ନ ଓ ଚିକିତ୍ସା ସମ୍ପର୍କିତ ୪ଟି ଉପାଦେୟ ମେଡିକାଲ ଜର୍ନାଲ ଓ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା.
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/CGYc4NgDQdi8iKdQlsQP.jpeg)