କନକ ବ୍ୟୁରୋ : ଆଦିମ ଆବାସ ଘୋଟାଲା। ତଦନ୍ତ ନହେଉଣୁ ବିଡିଓଙ୍କ ବଦଳି। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟିରେ ଆବାସ କରିଦେବା ନାଁରେ ସାଂଘାତିକ ଦୁର୍ନୀତି। ନିମ୍ନମାନର ଆବାସ ଗୃହ ଏହାର ପ୍ରମାଣ। ଯାହା ନିରୀହ ବଣ୍ତାଙ୍କ ଆବାସ ଦୁଃଖ ପ୍ରଥମେ କନକ ନ୍ୟୁଜ ସାମ୍ନାକୁ ଆଣିଥିଲା। ଏନେଇ ଖଇରପୁଟ ବିଡିଓଙ୍କ ମଧ୍ୟ ଅନ୍ୟତ୍ର ବଦଳି ହୋଇଛି। କିଏ ଖାଇଗଲା ଆବାସ ଅର୍ଥ। ଠିକାଦାରଙ୍କୁ କିଏ ଦେଇଥିଲା ସୁଯୋଗ। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଯୁକ୍ତି ବାଡିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏପଟେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମଧ୍ୟ ବଣ୍ତାଘାଟି ଉପରେ ରଖିଛନ୍ତି ପ୍ରତିକ୍ରିୟା।
- ବଣ୍ଡାଘାଟିରେ ଆବାସ ହଡ଼ପ ତନାଘନା
- ଗୋଟିଏ ଘର ନୁହେଁ, କୋଟିଏ ଟଙ୍କାର ଦୁର୍ନୀତି!
- ତଦନ୍ତ ନହେଉଣୁ ଖଇରପୁଟ ବିଡିଓଙ୍କ ବଦଳି
- ହିତାଧିକାରୀଙ୍କ ହଡ଼ପ ଅର୍ଥର ହିସାବ ଦେବ କିଏ?
- ଆବାସ କେଳେଙ୍କାରୀ ପଛରେ ଅଛି କି ସଂପୃକ୍ତି?
- ନିମ୍ନମାନର କାମ କରି ଅର୍ଥ ନେଇଛନ୍ତି ଠିକାଦାର ଓ ଅଧିକାରୀ?
ଆଦିମ ଜନଜାତି ବଣ୍ଡାଙ୍କ ଆବସ ଦୁର୍ନୀତି ନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ଖଇରପୁଟ ବିଡିଓ ବଦଳିଛନ୍ତି। କେବଳ ବଦଳି କରିଦେଲେ ଚଳିବ ନାହିଁ, ରାଜ୍ୟ ସରକାର, ପୁରା ଘୋଟାଲାର ତଦନ୍ତ କରି ଘାଟି ମଣିଷଙ୍କୁ କେବେ ନ୍ୟାୟ ଦେବେ ବୋଲି ପ୍ରଶ୍ନ ଉଠିଛି।
ସେଇ ବଣ୍ତାଘାଟିର ତୁସେଇପଡା ଗାଁର ଏହି ଘରକୁ। ଘରର ହିତାଧିକାରୀ ଶାନ୍ତି ମୁଦୁଲି। ନିଅଁ ଯାଏଁ କାମ କରି ଠିକାଦାର ଟଙ୍କା ନେଇଯାଇଛି। ଖାଲି ଛାତ ପ୍ରାପ୍ୟ ଅଛି। କାମ ଏତେ ନିମ୍ନମାନର ଯେ, ଆବାସଟି ଭୁଷୁଡି ପଡିଛି। ଏମିତି ଅନେକ ଘର ଭୁଷୁଡିଛି । ବିଡିଓଙ୍କ ବଦଳି କରିଥିବା ପ୍ରଶାସନ ହିତାଧିକାରୀଙ୍କ ଦୁଃଖ ବୁଝିବାକୁ ଆଗ୍ରହ ଦେଖାଉନଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ : ମାଥିଲି ବଣ୍ତାଘାଟିର ଲଣ୍ତା ପାହାଡରେ ବନୀକରଣ ଦୁର୍ନୀତି: ଗଛ ଲଗାଇବା ଆଳରେ ମହାଘୋଟାଲା
ଖାଲି ବଣ୍ଡାଘାଟିର ୨ଟି ପଞ୍ଚାୟତ ନୁହେଁ ବରଂ ଖଇରପୁଟ ବ୍ଲକର ଅନ୍ୟାନ୍ୟ ଘାଟି ଓ ଘାଟିତଳେ ମଧ୍ୟ ଆବାସ କାମ ଠିକାଦାରଙ୍କୁ ଟେକିଦେଇଛି ପ୍ରଶାସନ। ପିଏମ୍ ଜନମନ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଘର, ସବୁଠି ଲାଗିଛି ଦୁର୍ନୀତିର ଛିଟା। ଗୋଟିଏ ଦୁଇଟି ଘର ନୁହେଁ, ପ୍ରାୟ କୋଟିଏରୁ ଅଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି। ଖୋଦ ବିଡିଓ, ସହକାରୀ ଯନ୍ତ୍ରୀ, ପିଇଓଙ୍କ ଜାଣତରେ ସବୁ ହୋଇଥିବା ଅଭିଯୋଗ ସତ୍ତ୍ୱେ ରହସ୍ୟ ଖୋଲିବାରେ ଦ୍ୱନ୍ଦ୍ୱ କାହିଁକି? ବୋଲି ପ୍ରଶ୍ନ ଉଠିଛି। ଆବାସକୁ ନେଇ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହି ବିତଣ୍ଡା ଯୁକ୍ତ ବାଢ଼ିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା। ସେପଟେ ବଣ୍ତାଘାଟି ଆବାସ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକ।
ଆବାସ ଦୁର୍ନୀତି ଘଟଣାର ତଦନ୍ତ କରି ସଂପୃକ୍ତ ଅଧିକାରୀ ଏବଂ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ବିଡିଓଙ୍କ ଅନ୍ୟତ୍ର ବଦଳି ଦୁର୍ନୀତକୁ ଘଣ୍ଟଘୋଡ଼ାଇବାକୁ ଚେଷ୍ଟା ନୁହେଁ ତ ଆଉ କଣ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/05/a4-2026-02-05-21-17-36.jpg)