କନକବ୍ୟୁରୋ : ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ଲିଙ୍କରେ ପୁରୀରେ ଖୋଳତାଡ଼ ।  ଜ୍ୟୋତିଙ୍କ ଲିଙ୍କରେ ଥିବା ପୁରୀର ପ୍ରିୟଙ୍କା ସେନାପତିଙ୍କୁ ଜେରା କରୁଛି ଗୁଇନ୍ଦା ବିଭାଗ ।  ପୁରୀ ପୋଲିସ ସହାୟତାରେ ତାଙ୍କୁ ପଚରା ଉଚରା କରାଯାଉଛି । ଜ୍ୟୋତିଙ୍କ ସମ୍ପର୍କରେ ଥିଲେ ପ୍ରିୟଙ୍କା ସେନାପତି । ତାଙ୍କ ସହ ବିଭିନ୍ନ ସ୍ଥାନ ବୁଲିଥିଲେ । ଏପରିକି ପାକିସ୍ତାନ ମଧ୍ୟ ଯାଇଛନ୍ତି ପ୍ରିୟଙ୍କା । କର୍ତ୍ତାରପୁର ଯାଇଥିବା କନକ ନ୍ୟୁଜ ଆଗରେ ଏନେଇ ସ୍ପଷ୍ଟ କରିଛନ୍ତି ପ୍ରିୟଙ୍କା ଙ୍କ ବାପା  ।  

Advertisment

ଖାଲି ଏତିକି ନୁହେଁ ୪ ମାସ ତଳେ ପହଲଗାମ ମଧ୍ୟ ଯାଇଥିବା ଜଣାପଡ଼ିଛି  ।  ତେବେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି । ଜ୍ୟୋତି ଗିରଫ ହେବା ପରେ ଏବେ ପ୍ରିୟଙ୍କାଙ୍କୁ ପଚରାଉଚରା ଜାରି ରହିଛି ।  ଗତ ସେପ୍ଟେମ୍ବରରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଜ୍ୟୋତି । ସିଂହଦ୍ବାରରେ ଫଟୋ ଓ ଭିଡିଓ ଉଠାଇଥିଲେ । ପୁରୀ ବେଳାଭୂମି ବୁଲିବା ସହ ସେଠାରେ ବି ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି । ଯାହାର ଭିଡିଓ ଓ ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ  ଛାଡ଼ିଛନ୍ତି । ତେବେ ୟୁଟ୍ୟୁବର ଜ୍ୟୋତି ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ  ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫଙ୍କ ମଧ୍ୟ ଭେଟିଥିବା ଜଣାପଡ଼ିଛି । ସେନା କର୍ମଚାରୀ ସହ ଅନେକ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଭେଟିଛନ୍ତି । ଯାହାର ତଦନ୍ତ କରୁଛି ଗୁଇନ୍ଦା ବିଭାଗ ।