କନକ ବ୍ୟୁରୋ: ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ସଂପର୍କକୁ ନେଇ ତନାଘନା କରୁଛି ପୁଲିସ । ଜ୍ୟୋତିଙ୍କ ସହ ସଂପର୍କକୁ ନେଇ ବିବାଦ ତେଜିବା ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଲକ୍ କରିଛନ୍ତି ପ୍ରିୟଙ୍କା । ଜ୍ୟୋତି ଗିରଫ ହେବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଥିଲେ ଦେଶ ତାଙ୍କ ପାଇଁ ପ୍ରଥମ । ସେ ଜ୍ୟୋତିଙ୍କୁ କେବଳ ବ୍ଲଗର ଭାବେ ଜାଣିଥିଲେ ।

Advertisment

ଜ୍ୟୋତି ଜଣେ ପାକ୍ ଗୁପ୍ତଚର ବୋଲି ଜାଣିଥିଲେ ତାଙ୍କ ସହ କେବେ ବି ବନ୍ଧୁତା କରିନଥାନ୍ତେ । ଯେକୌଣସି ତଦନ୍ତକାରୀ ସଂସ୍ଥାକୁ ସେ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପୋଷ୍ଟ କରି ଲେଖିଥିଲେ । ଜ୍ୟୋତିଙ୍କ ଭଳି ପ୍ରିୟଙ୍କା ମଧ୍ୟ ପାକିସ୍ତାନ ଯାଇ ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପ୍ରିୟଙ୍କା ପୁରୀ ଶ୍ରୀମନ୍ଦିର ନିକଟ କାଳିକାଦେବୀ ସାହିର ବାସିନ୍ଦା । ଜ୍ୟୋତି ପୁରୀ ଆସିଥିବାବେଳେ ପ୍ରିୟଙ୍କାଙ୍କ ସହ ତାଙ୍କ ଫଟୋ ଭାଇରାଲ ହୋଇଛି । ତେଣୁ ଜ୍ୟୋତିଙ୍କ ସହ ତାଙ୍କ ସମ୍ପର୍କ କଣ ସେ ନେଇ ପୁରୀ ପୁଲିସ ଖୋଳତାଡ ଆରମ୍ଭ କରିଛି ।