ପ୍ରଥମ ଲଢେଇରେ ପ୍ରିୟଙ୍କା ଗାନ୍ଧୀଙ୍କ ବିପୁଳ ବିଜୟ ; ୱାୟନାଡରେ ଭାଇ ରାହୁଲଙ୍କୁ ବି ପଛରେ ପକାଇ ହାସଲ କଲେ ବହୁମତ  ।

ୱାୟନାଡ ଲୋକସଭା ଆସନରୁ ଉପନିର୍ବାଚନରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି । ଏଥର ଗାନ୍ଧୀ ପରିବାରରୁ ନବମ ସଦସ୍ୟ ଭାବେ ସେ ସଂସଦକୁ ଯିବେ ।

05÷

କନକ ବ୍ୟୁରୋ: ୱାୟନାଡ ଲୋକସଭା ଆସନରୁ ଉପନିର୍ବାଚନରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି ।  ଏଥର ଗାନ୍ଧୀ ପରିବାରରୁ ନବମ ସଦସ୍ୟ ଭାବେ ସେ ସଂସଦକୁ ଯିବେ । ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ । 

ୱାୟନାଡ ଲୋକସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ଦିନଠାରୁ କେରଳର ଲୋକେ କେବଳ ଗୋଟିଏ କଥା ଆଲୋଚନା କରୁଥିଲେ ଯେ,  ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ବିଜୟ ବ୍ୟବଧାନକୁ ମାତ୍ ଦେବାରେ ସମର୍ଥ ହେବେ କି ନାହିଁ  । ଆଜି ପ୍ରିୟଙ୍କା  ତାଙ୍କ ପ୍ରଥମ ନିର୍ବାଚନରେ ବିଜୟୀ ହେବା ସହିତ ଭାଇ ରାହୁଲଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । 

ୱାୟନାଡ ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ୪.୦୮ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କହିରଖୁଁ ,୨୦୧୯ ନିର୍ବାଚନରେ ୱାୟନାଡରୁ ୪.୩୦ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ରାହୁଲ ଗାନ୍ଧୀ୨୦୨୪ ଏପ୍ରିଲ ନିର୍ବାଚନରେ ୩.୬୪ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe