କେରଳ ୱାୟନାଡରୁ ଲଢିବେ ପ୍ରିୟଙ୍କା ଗାନ୍ଧୀ ; କଂଗ୍ରେସର ବଡ ଘୋଷଣା

କଂଗ୍ରେସର ବଡ଼ ଘୋଷଣା; କରେଳର ୱାୟନାଡରୁ ଲଢିବେ ପ୍ରିୟଙ୍କା ଗାନ୍ଧୀ । ପ୍ରଥମ ଥର ପାଇଁ ନିର୍ବାଚନ ଲଢିବେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା । ରାହୁଲ ଗାନ୍ଧୀ ଦୁଇଟି ଆସନରୁ ଜିତିବା ପରେ ୱାୟନାଡ ଆସନ ଛାଡିଦେବାରୁ ହେଉଛି ଉପନବିର୍ବାଚନ ।

5pp

କନକ ବ୍ୟୁରୋ: ୱାୟନାଡରୁ ଲଢିବେ ପ୍ରିୟଙ୍କା ଗାନ୍ଧି, କଂଗ୍ରେସର ବଡ଼ ଘୋଷଣା ।  କେରଳର ୱାୟନାଡ ଲୋକସଭା ଆସନରୁ ଉପନିର୍ବାଚନ ଲଢିବେ ପ୍ରିୟଙ୍କା । ଏନେଇ କଂଗ୍ରେସ ଦଳ ଏକ ବଡ ଘୋଷଣା କରିଛି । 

ଆଗାମୀ ଉପନିର୍ବାଚନରେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହେବେ । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏହି ଘୋଷଣା କରାଯାଇଛି । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଇଁ ଏହି ଆସନ ଜିତିବା ଗୁରୁତ୍ୱପୂର୍ଣ୍ଣ । କାରଣ ତାଙ୍କ ଭାଇ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୂର୍ବରୁ ଏହି ଆସନରୁ ଦୁଇ ଥର ବିଜୟୀ ହୋଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଉଭୟ ୱାୟନାଡ ଏବଂ ରାଏବରେଲି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ି ଉଭୟରେ ବିଜୟୀ ହୋଇଥିଲେ । କିନ୍ତୁ ନିୟମ ଅନୁଯାୟୀ ତାଙ୍କୁ ପରେ ଗୋଟିଏ ସିଟ୍ ଖାଲି କରିବାକୁ ପଡ଼ିଥିଲା । ତେଣୁ ସେ ୱାୟନାଡ ଆସନ ଛାଡି ରାଏବରେଲିରୁ ସାଂସଦ ପଦରେ ରହିବାକୁ ନିଷ୍ପତ୍ତି ନେଇଥିଲେ । 

ନିର୍ବାଚନ କମିଶନ ଗତକାଲି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ୨ଟି ଲୋକସଭା ଆସନ (ୱାୟନାଡ୍ ଓ ନାଣ୍ଡେଡ୍) ପାଇଁ ଉପନିର୍ବାଚନ ତାରିଖ ବି ଘୋଷଣା କରିଛନ୍ତି । ଉଭୟ ଆସନରେ ୧୩ ତାରିଖରେ ଭୋଟ ଗ୍ରହଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe