କନକ ବ୍ୟୁରୋ: ଚର୍ଚ୍ଚାରେ ଘେରିହୋଇଥିବା  ହେରାଫେରି ଥ୍ରୀର ସୁଟିଂକୁ ନେଇ ଏବେବି କିଛି ସ୍ପଷ୍ଟ ଚିତ୍ର ଆସିନି । ଫିଲ୍ମର ନିର୍ଦ୍ଦେଶନାକୁ ନେଇ ମୁହଁ ଖୋଲିଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ପ୍ରିୟଦର୍ଶନ  । କହିଛନ୍ତି,  ଯେବେଯାଏଁ ମୋତେ  ଭଲ କାହାଣୀ ନମିଳିଛି ସେତେବେଳେ ଯାଏଁ ମୁଁ ନିର୍ଦ୍ଦେଶନା ଦେବି ନାହିଁ ।

Advertisment

ବଲିଉଡରେ ୨୦୦୦ରେ ବକ୍ସ ଅଫିସରେ ଧମାଲ କରିଥିଲା ଫିଲ୍ମ ’ ହେରା ଫେରି’ । ଏହାର ଲିଡ୍ ଆକ୍ଟର ଥିଲେ ଅକ୍ଷୟ କୁମାର , ସହ ଅଭିନେତା ଥିଲେ ସୁନୀଲ ସେଟ୍ଟୀ , ପରେଶ ରାୱଲ  ନିର୍ଦ୍ଦେଶନା ଦେଇଥିଲେ ପ୍ରିୟଦର୍ଶନ । ଏହି ମୁଭି ଥିଲା ୩ ଜଣ ଚରିତ୍ରଙ୍କ କାହାଣୀକୁ ନେଇ, ଯିଏ ବିଭିନ୍ନ ପ୍ରସଙ୍ଗକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ । ଏ କାହାଣୀ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ପରେ ହେରା ଫେରି -ଟୁ ନିର୍ମାଣ କରାଯାଇଥିଲା । ଏବେ ହେରାଫେରି -ଥ୍ରୀକୁ ନେଇ ଚର୍ଚ୍ଚା ହେଉଥିଲେ ବି ଫିଲ୍ମ ହେବ କି ନା କିଛି ସ୍ପଷ୍ଟ ହୋଇନାହିଁ । କାରଣ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ନିଷ୍ପତ୍ତି ଉପରେ ଫିଲ୍ମ ଅଟକି ରହିଛି । 

 ନିକଟରେ ପିଙ୍କ ଭିଲ୍ଲାକୁ ଏକ ସାକ୍ଷାତକାର ଦେବାକୁ ଯାଇ ପ୍ରିୟଦର୍ଶନ କହିଛନ୍ତି, ’ଯଦି ଫିଲ୍ମର କାହାଣୀ ପ୍ରଥମ କାହାଣୀ ପରି ମଜବୁତ୍ ଓ ଆକର୍ଷଣୀୟ ହୋଇଥିବ ତାହେଲେ ନିର୍ଦ୍ଦେଶନା ଦେବି । ଏଥର ଚରିତ୍ରକୁ ପୁଣି ଗଢ଼ିବା ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ ଏମିତି ଏକ କାହାଣୀ ଖୋଜିବା ଯାହା ଲୋକଙ୍କ ମନକୁ ଛୁଇଁବ । ଯେବେଯାଏଁ ମୋତେ ପୂରା ଫିଲ୍ମର ଠିକ୍ କାହାଣି ନମିଳିଛି, ମୁଁ ତୃତୀୟ ପାର୍ଟର ନିର୍ଦ୍ଦେଶନା ଦେବି ନାହିଁ । କାରଣ ମୁଁ ଏବେ ଏପରି ସ୍ଥିତିରେ ପହଞ୍ଚିସାରିଛି ଯେଉଁଠାରୁ କିଛି ଭୁଲ କରିଦେଇ ବା ଭୁଲ ନିଷ୍ପତ୍ତି ନେଇ ଖସିବାକୁ ଚାହେଁନା’ ।