କନକ ବ୍ୟୁରୋ :  ଦେଶରେ ଗାନ୍ଧୀ ପରିବାର, ସେ ରାଜନୈତିକ ହେଉ କି ପାରିବାରିକ ସବୁବେଳେ ବିବାଦରେ । ଏହା ଭିତରେ ଏକ ଚକିତ କରିଦେବା ଭଳି ଘଟଣା ଗାନ୍ଧୀ ପରିବାରକୁ ପୂରା ଅଡୁଆରେ ପକାଇଛି । ପ୍ରିୟା ସିଂ ପାଓଲ ନାମକ ଜଣେ ମହିଳା ନିଜକୁ ସଞ୍ଜୟ ଗାନ୍ଧୀଙ୍କ କନ୍ୟା ବୋଲି ଦାବି କରି ପୂରା ଗାନ୍ଧୀ ପରିବାରକୁ ଅଡ଼ୁଆ ଭିତରକୁ ଟାଣି ନେଇଛନ୍ତି ।

Advertisment

ପ୍ରିୟା ସିଂ ପାଓଲ, ବୟସ ୫୦ ବର୍ଷ । ୧୯୮୦ ମସିହାରେ ମୃତ୍ୟୁ ହୋଇଥିବା ସଞ୍ଜୟ ଗାନ୍ଧୀଙ୍କ ବାୟୋଲୋଜିକାଲ ଝିଅ ବୋଲି ନିଜକୁ ଦାବି କରିଛନ୍ତି ।  ସେ କହିଛନ୍ତି ଛୋଟ ଥିବା ବେଳେ ଜଣେ ମହିଳା ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେଇଥିଲେ । ହେଲେ ସେହି ମହିଳାଙ୍କ ମୃତ୍ୟୁ ପରେ ସେ ଜାଣିବାକୁ ପାଇଲେ କି ସେ ଗାନ୍ଧୀ ପରିବାରର ଦାୟାଦ ଓ ସଞ୍ଜୟ ଗାନ୍ଧୀଙ୍କ କନ୍ୟା । ଆଉ ଏକଥା ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ,କେ ଗୁଜରାଲଙ୍କ ଭଉଣୀ ବିମଳା ଗୁଜରାଲ କହିଥିବା ସେ ଦାବି କରିଛନ୍ତି ।

ପ୍ରିୟାଙ୍କ ଦାବି ମୁତାବକ ତାଙ୍କ ମାତା ସଂଜୟ ଗାନ୍ଧୀଙ୍କୁ ବିବାହ କରିଥିଲେ । ହେଲେ ସେତେବେଳେ ମାଆଙ୍କ ବୟସ କମ୍ ଥିବାରୁ ଏହାକୁ ଗୋପନ ରଖାଯାଇଥିଲା । ଲୋକ ଲଜ୍ଜାକୁ ଭୟ କରି ପ୍ରିୟାଙ୍କ ମାଆ ତାଙ୍କୁ ଏକ ଧନୀ ପରିବାର ହାତରେ ଟେକି ଦେଇଥିଲେ । ହେଲେ ପ୍ରିୟା ଇନ୍ଦୁ ସରକାର ନାମକ ଏକ ସିନେମାର ଟ୍ରେଲର ଦେଖିବା ପରେ ଏଭଳି ଦାବି କରିଥିଲେ । ଏହି ସିନେମାଟି ଆପାତକାଳକୁ ନେଇ ତିଆରି ହୋଇଥିଲା ଓ ଏହି ସିନେମାରେ ସଂଜୟ ଗାନ୍ଧୀଙ୍କ ଚରିତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏନେଇ ପ୍ରିୟା ୧୫ ବର୍ଷ ତଳୁ ନିଜର ଅଧିକାର ଦାବି କରୁଥିବା ବେଳେ ଗାନ୍ଧୀ ପରିବାରର କ୍ଷମତା ଆଗରେ ସେ ବାରମ୍ବାର ନ୍ୟାୟିକ ପରାଜୟର ଶିକାର ହେଉଛନ୍ତି  । ଏନେଇ ପ୍ରିୟା ଦାବି କରିଛନ୍ତି କି, ଯଦି ନ୍ୟାୟାଳୟ ପ୍ରମାଣ ଚାହୁଛି ତେବେ ବରୁଣ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଡିଏନଏ ସହ ମୋ ଡିଏନଏ ଟେଷ୍ଟ କରାଯାଉ ।

ପ୍ରିୟା ସିଂ ଯେଭଳି ବ୍ୟକ୍ତିଗତ ଓ ଆଇନଗତ ଭାବେ ତାଙ୍କ ପରିଚୟ ପ୍ରମାଣିତ କରିବାକୁ ଲଢୁଛନ୍ତି ତେଣୁ ଏହା ସମ୍ଭବ ଯେ ଭବିଷ୍ୟତରେ ଗାନ୍ଧୀ ବଂଶ ପରମ୍ପରା ଓ ତାହା ସହ ଜଡିତ ଅନେକ ଗୁପ୍ତ ଅଧ୍ୟାୟ ଉଜାଗର ହେବାର ସମ୍ଭାବନା ରହିଛି ।