କନକ ବ୍ୟୁରୋ: ଦେଶରେ ଜିଓ ପରେ ଏୟାରଟେଲ୍‌ ଓ ଭୋଡାଫୋନ୍‌ର ୟୁଜର୍ସ ସଂଖ୍ୟା ସବୁଠାରୁ ଅଧିକ । ସରକାରୀ କମ୍ପାନି BSNL ପ୍ରତିଯୋଗିତାରେ ଥିଲେ ସୁଦ୍ଧା ଏହା ସେତେଟା ଲୋକପ୍ରିୟ ହୋଇପାରିନି । କାରଣ ଅନେକ ସମୟରେ ଏଥିରେ ଇଣ୍ଟରନେଟ୍‌ ସ୍ଲୋ' ରହୁଛି । ସେପଟେ ଜିଓ, ଏୟାରଟେଲ, ଭୋଡାଫୋନ୍ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର୍‌ ସହ ରିଚାର୍ଜ ପ୍ଲାନ୍‌ ଆଣୁଛନ୍ତି । ଦିନକୁ ଦିନ ମୋବାଇଲ ରିଚାର୍ଜ ଦର ବୃଦ୍ଧି ପାଉଥିବା ବେଳେ ଏବେବି ଏମାନେ ୨୦୦ ଟଙ୍କାରେ ରିଚାର୍ଜ ପ୍ଲାନ ରଖିଛନ୍ତି । ଏଥିରେ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂ ସହ ଅନ୍‌ଲିମିଟେଡ୍‌ ମୋବାଇଲ ଡାଟା ଓ ମାଗଣା ଏସ୍‌ଏମ୍‌ଏସ୍‌ ସୁବିଧା ମିଳୁଛି । ମାତ୍ର ୨୦୦ ଟଙ୍କାରେ ଏହି ସବୁ ସୁବିଧା ପାଉଛନ୍ତି ଲୋକେ । 

Advertisment

ରିଚାର୍ଜ କଥା ଉଠିଲେ ପ୍ରଥମେ ଜିଓ ସବୁବେଳେ ଗ୍ରାହକଙ୍କ ପସନ୍ଦ ପାଲଟିଛି । କାରଣ ଏହାର ୟୁଜର୍ସ ସଂଖ୍ୟା ବି ଅଧିକ । ୟୁଜର୍‌ମାନେ ଚାହିଲେ ଜିଓର ୧୯୮ ଟଙ୍କିଆ ପ୍ଲାନ୍‌ ରିଚାର୍ଜ କରି ସବୁ ସୁବିଧାର ମଜା ଉଠାଇପାରିବେ । ଏଥିରେ ଗ୍ରାହକମାନେ ଅନ୍‌ଲିମିଟେଡ୍ ହାଇସ୍ପିଡ୍‌ ୫ଜି ଡାଟାର ମଜା ଉଠାଇପାରିବେ । ୪ଜି ୟୁଜର୍ସଙ୍କୁ ଏହି ରିଚାର୍ଜ ପ୍ୟାକ୍‌ରେ ଦୈନିକ ୨ଜିବି ଡାଟା ମିଳିବ । ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଡାଟା ଶେଷ ହେବାପରେ ବି ୟୁଜର୍ସମାନେ 64Kbpsରେ ଇଣ୍ଟରନେଟ୍‌ ଚଳାଇ ପାରିବେ । ଏହାର ଭାଲିଡିଟି ୧୪ ଦିନ ପର୍ଯ୍ୟନ୍ତ ରହିବ । 

ଜିଓ ପରେ ଏୟାରଟେଲ୍‌ ହେଉଛି ଲୋକଙ୍କ ଦ୍ୱିତୀୟ ଭରସା । ୨୦୦ ଟଙ୍କା ଭିତରେ ଏୟାରଟେଲ୍‌ର ବି ରିଚାର୍ଜ ପ୍ୟାକ୍‌ ରହିଛି । ୧୯୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ରେ ଯାହା ସୁବିଧା ମିଳୁଛି, ଜାଣିଲେ ଖୁସି ହୋଇଯିବେ ଏୟାରଟେଲ ୟୁଜର୍ସ । ଜିଓ ଭଳି ଏଥିରେ ବି ୟୁଜର୍ସଙ୍କୁ ୨ ଜିବି ମୋବାଇଲ ଡାଟା ମିଳିବ । ଏ ତ ଥିଲା ୪ଜି ୟୁଜର୍ସଙ୍କ ପାଇଁ । ୫ଜି ୟୁଜର୍ସ ମାଗଣାରେ ଅନ୍‌ଲିମିଟେଡ୍‌ ଇଣ୍ଟରନେଟ୍‌ ବ୍ୟବାହାର କରିପାରିବେ । ଜିଓ ଭଳି ଏଥିରେ ବି ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂ ଓ ମାଗଣା ଏସ୍‌ଏମ୍‌ଏସ୍‌ ସୁବିଧା ମିଳୁଛି । ଡାଟା ଶେଷ ହେବା ପରେ ୪ଜି ୟୁଜର୍ସ 64Kbpsରେ ଇଣ୍ଟରନେଟ୍‌ ଚଳାଇପାରିବେ । ଏହାର ଅବଧି ୨୮ ଦିନ ପର୍ଯ୍ୟନ୍ତ ରହିବ । 

ଜିଓ ଓ ଏୟାରଟେଲ୍‌ ଅପେକ୍ଷା ଭୋଡାଫୋନ୍‌ର ୟୁଜର୍‌ ସଂଖ୍ୟା ଅପେକ୍ଷାକୃତ । ଏହାପରେ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ମନଲୋଭା ରିଚାର୍ଜ ପ୍ଲାନ୍‌ ଦେଇଥାଏ କମ୍ପାନି । ଛୋଟ ଅବଧି ପ୍ଲାନ୍‌ ଚାହୁଥିଲେ ଭୋଡାଫୋନ୍ ୟୁଜର୍ ୧୮୯ ଟଙ୍କା ରିଚାର୍ଜ କରାଇପାରିବେ । ଏଥିରେ ଗ୍ରାହକଙ୍କୁ ଦୈନିକ ୧ ଜିବି ଡାଟା ମିଳିବ । ଏହାର ଅବଧି ୨୬ ଦିନ ରହିବ । ଅନ୍ୟପକ୍ଷରେ ଗ୍ରାହକ ଯଦି ୧୯୯ ଟଙ୍କା ରିଚାର୍ଜ କରନ୍ତୁ ତେବେ ସେମାନଙ୍କୁ ଦୈନିକ ୨ଜିବି ଡାଟା ମିଳିବ, ଯାହାର ଅବଧି ୨୮ ଦିନ ପର୍ଯ୍ୟନ୍ତ ରହିବ । ଏଥିରେ ବି ଅନ୍‌ଲିମିଟେଡ୍‌ ୫ଜି ଡାଟା ବ୍ୟବହାର କରିପାରିବେ ଗ୍ରାହକ ।