କନକ ବ୍ୟୁରୋ: ବାହାଘରକୁ ସ୍ମରଣୀୟ କରିବା ପାଇଁ ଅନେକ ଲୋକ ବିପୁଳ ଟଙ୍କା ଖର୍ଚ୍ଚ କରିଥାନ୍ତି । କେବେ କେବେ ବର-କନ୍ୟା ପିନ୍ଧିଥିବା ଭାରି ଗହଣାକୁ ନେଇ ମଧ୍ୟ ଅନେକ ମାମଲା ନଜିର ରହିଛି । ବିବାହରେ ଏପରି ଅନେକ ଅନାବଶ୍ୟକ ଖର୍ଚ୍ଚ ସାମ୍ନାକୁ ଆସିଛି । କିନ୍ତୁ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଖୁବ୍ ଚର୍ଚ୍ଚାରେ। ଆଉ ଏହି ବିବାହ ଅଜଥାଖର୍ଚ୍ଚର ସବୁ ସିମା ପାର କରିଦେଇଛି । ଭାଇରାଲ ହେଉଥିବା ଭିଡିଓଟି ପାକିସ୍ତାନର। ଭିଡିଓରେ ଦେଖାଯାଇଛି ଯେ, ଏକ ପ୍ରାଇଭେଟ୍ ପ୍ଲେନ୍ ରୁ ଟଙ୍କା ବର୍ଷା କରାଯାଉଛି ।
କନ୍ୟାର ଘର ଉପରେ ପ୍ରାଇଭେଟ୍ ଜେଟ୍ ଦ୍ବାରା ଟଙ୍କା ବୃଷ୍ଟି କରାଯାଇଥିଲା । ଏକ ରିପୋର୍ଟ ମତାବକ, ବିବାହ ସମୟରେ ବର ସାଙ୍ଗମାନେ ପ୍ଲେନରୁ ଏହି ଟଙ୍କା ବୃଷ୍ଟି କରିଥିଲେ । ଯିଏ ଏହାକୁ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହେଉଛନ୍ତି । ଆଉ କିଛି ଏହାକୁ ସମାଲୋଚନା କରି କହୁଛନ୍ତି ଅଜଥା ଅର୍ଥର ଅପଚୟ କରାଯାଉଛି । ପାକିସ୍ତାନର ମଣ୍ଡି ବହାଉଦ୍ଧିନରେ ହୋଇଥିବା ଏହି ବାହାଘର ପାକ୍ ର ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି । ଏହି ବାହାଘରରେ ବରଯାତ୍ରୀଙ୍କ ନିଆରା କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । ପ୍ଲେନରୁ ଟଙ୍କା ବୃଷ୍ଟି କରିବା ଘଟଣାରେ ପଚାରିବାରୁ ବରର ସାଙ୍ଗ କହିଥିଲେ ବାହାଘରକୁ ବିଶ୍ବରେ ସ୍ମରଣୀୟ କରିବା ପାଇଁ ଏପରି କରିଛୁ ।