କନକ ବ୍ୟୁରୋ : ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା...ସରକାର ବଦଳିଗଲା ହେଲେ ବଦଳିପାରିଲାନି ଭାଗ୍ୟ । ବର୍ଷାରେ ଭିଜି ଭିଜି ପ୍ରତିବାଦ କଲେ ବେସରକାରୀ ଅଧ୍ୟାପକ । ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ସଂଘ ପକ୍ଷରୁ ଲୋୟର ପିଏମଜିରେ କର ବା ମର ସମାବେଶ ଅନୁଷ୍ଠିତ ହୋଇଛି । ଦୀର୍ଘଦିନ ହେବ କାର୍ଯ୍ୟବନ୍ଦ କରି ଆନ୍ଦୋଳନ ପରେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ତେଣୁ ବିଧାନସଭା ଚାଲିଥିବା ବେଳେ ଲୋୟର ପିଏମଜିକୁ ଆସି ଧାରଣା ଦେଇଛି ସଂଘ । ସରକାର ସେମାନଙ୍କ ଦୁଃଖ ବୁଝିବେ ବୋଲି ଅଧ୍ୟାପକ, ଅଧ୍ୟାପିକା ମାନେ ଆଶା ରଖିଛନ୍ତି ।

Advertisment