କାଲିଠୁ କଟକରୁ ଗଡ଼ିବ ଘରୋଇ ବସ୍  ; କଟକ ଘରୋଇ ବସ୍ ମାଲିକ ସଂଘର ଘୋଷଣା

 ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ଆସିଲା ବଡ଼ ଖବର । କାଲିଠୁ କଟକରୁ ଗଡ଼ିବ ଘରୋଇ ବସ୍  । କଟକ ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି  । ଡ୍ରାଇଭର ମହାସଂଘର ଧର୍ମଘଟକୁ ସମର୍ଥନ ନକରିବାକୁ କଟକ ଘରୋଇ ବସ୍ ମାଲିକ ସଂଘର ଘୋଷଣା ।

55

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ କଟକରେ ଘରୋଇ ବସ୍ ଚଳାଚଳ ହୋଇପାରେ ସ୍ଵାଭାବିକ  । ଡ୍ରାଇଭର ମହାସଂଘ ଧର୍ମଘଟକୁ ଆଉ ସମର୍ଥନ ଜଣାଇବେ ନାହିଁ କଟକ ଘରୋଇ ବସ୍ ମାଲିକ ସଂଘ  । ଧର୍ମଘଟର ସମାଧାନ ହେଉନଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବାରୁ ମାଲିକ କ୍ଷତି ସହୁଛନ୍ତି । ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ । ତେଣୁ କାଲିଠୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବାକୁ ସଂଘ ନିଷ୍ପତ୍ତି ନେଇଛି ।
 

୭ ଦଫା ଦାବି ନେଇ ଲାଗାତାର ୪ ଦିନ ହେଲା ଗାଡ଼ି ଚଳାଚଳ ବନ୍ଦ କରିଛି ଡ୍ରାଇଭର ମହାସଂଘ ।ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ବାହାରୁନି ନିଷ୍କର୍ଷ । ଡ୍ରାଇଭରଙ୍କ ୭ ଦଫା ଦାବି ପୂରଣ ନହେବା ଯାଏଁ ଧାରଣାରୁ ନଉଠିବାକୁ ଚେତାବନୀ  ଦେଇଛି ମହାସଂଘ । ଫଳରେ ସାଧାରଣ ଜନତା ନାହିଁନଥିବା ହଇରାଣ ହେବା ସହ ଜରୁରି ସାମଗ୍ରୀ ଠିକଣା ଜାଗାରେ ପହଞ୍ଚିବାରେ ମଧ୍ୟ ସମସ୍ୟା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe