କନକ ବ୍ୟୁରୋ: ଆସନ୍ତାକାଲି ଠାରୁ କଟକରେ ଘରୋଇ ବସ୍ ଚଳାଚଳ ହୋଇପାରେ ସ୍ଵାଭାବିକ । ଡ୍ରାଇଭର ମହାସଂଘ ଧର୍ମଘଟକୁ ଆଉ ସମର୍ଥନ ଜଣାଇବେ ନାହିଁ କଟକ ଘରୋଇ ବସ୍ ମାଲିକ ସଂଘ । ଧର୍ମଘଟର ସମାଧାନ ହେଉନଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବାରୁ ମାଲିକ କ୍ଷତି ସହୁଛନ୍ତି । ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ । ତେଣୁ କାଲିଠୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବାକୁ ସଂଘ ନିଷ୍ପତ୍ତି ନେଇଛି ।
୭ ଦଫା ଦାବି ନେଇ ଲାଗାତାର ୪ ଦିନ ହେଲା ଗାଡ଼ି ଚଳାଚଳ ବନ୍ଦ କରିଛି ଡ୍ରାଇଭର ମହାସଂଘ ।ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ବାହାରୁନି ନିଷ୍କର୍ଷ । ଡ୍ରାଇଭରଙ୍କ ୭ ଦଫା ଦାବି ପୂରଣ ନହେବା ଯାଏଁ ଧାରଣାରୁ ନଉଠିବାକୁ ଚେତାବନୀ ଦେଇଛି ମହାସଂଘ । ଫଳରେ ସାଧାରଣ ଜନତା ନାହିଁନଥିବା ହଇରାଣ ହେବା ସହ ଜରୁରି ସାମଗ୍ରୀ ଠିକଣା ଜାଗାରେ ପହଞ୍ଚିବାରେ ମଧ୍ୟ ସମସ୍ୟା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/11/bus-2025-07-11-20-54-25.jpg)