କନକବ୍ୟୁରୋ:ପୂଜାରେ ଗଡ଼ିବନି ବସ। ଆଗାମୀ ୭ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ଚଳାଚଳ ବନ୍ଦ୍ ରହିବ । ବନ୍ଦ୍ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ପୁନର୍ବାର ଲକ୍ଷ୍ମୀ ବସକୁ ରାଜ୍ୟ ସରକାର ବ୍ଲକ୍ ଠାରୁ ଜିଲ୍ଲା ମୁଖ୍ୟାଳୟ ପର୍ୟ୍ୟନ୍ତ ଚଳାଚଳ ପାଇଁ ନୋଟିଫିକେସନ ଜାରି କରିଛନ୍ତି ।
ଏହାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ବନ୍ଦ ଡାକରା ଦେଇଛି । ପୂର୍ବତନ ସରକାର ଏହାକୁ ମାନିଥିଲେ, ବର୍ତ୍ତମାନ ସରକାର ପୁଣି ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ଘରୋଇ ବସ କ୍ଷତି ସହିବ। ତେଣୁ ବନ୍ଦ ଡାକରା ଦେଇ ପ୍ରତିବାଦ ଜଣାଇଛନ୍ତି ।