ପୂଜାବେଳେ ଅଡୁଆ ବଢ଼ାଇଲା ଘରୋଇ ବସ୍ ସଂଘ, ସମସ୍ୟା ଘେରରେ ଯାତ୍ରୀ

Advertisment

ଆଜି ସଂଧ୍ୟାରୁ ଗଡ଼ିବନି ବସ୍, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଯାତ୍ରୀ ହେବେ ହନ୍ତସନ୍ତ । ଘରୋଇ ବସ ମାଲିକ ସଂଘ ସହ ବିଭାଗୀୟ ମନ୍ତ୍ରୀଙ୍କ ଆଲୋଚନା ଉପରେ ରହିଛି ନଜର ।

ଆଜି ସଂଧ୍ୟାରୁ ଗଡ଼ିବନି ବସ୍, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଯାତ୍ରୀ ହେବେ ହନ୍ତସନ୍ତ । ଘରୋଇ ବସ ମାଲିକ ସଂଘ ସହ ବିଭାଗୀୟ ମନ୍ତ୍ରୀଙ୍କ ଆଲୋଚନା ଉପରେ ରହିଛି ନଜର ।

10

କନକବ୍ୟୁରୋ: ଆଜି ସଂଧ୍ୟାରୁ ଗଡ଼ିବନି ବସ୍, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଯାତ୍ରୀ ହେବେ ହନ୍ତସନ୍ତ । ଘରୋଇ ବସ ମାଲିକ ସଂଘ ସହ ବିଭାଗୀୟ ମନ୍ତ୍ରୀଙ୍କ ଆଲୋଚନା ଉପରେ ରହିଛି ନଜର। ଲକ୍ଷ୍ମୀ ବସକୁ ବ୍ଲକ ଠାରୁ ଜିଲ୍ଲା ମୁଖ୍ୟାଳୟ ପର୍ୟ୍ୟନ୍ତ ଚଳାଚଳ ପାଇଁ ରାଜ୍ୟ ସରକାର ପୁଣିଥରେ ବିଜ୍ଞପ୍ତି ଜାରି କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଘରୋଇ ବସ୍ ମାଲିକ ସଂଘ । ସଂଘର କହିବା କଥା, ଲକ୍ଷ୍ମୀ ବସ୍ ଚାଲିବା ଦ୍ବାରା ଘରୋଇ ବସକୁ ବହୁତ କ୍ଷତି ହେବ । 

ସରକାର ଅନ୍ୟ ଏକ ସଂସ୍ଥାକୁ ସବସିଡି ଦେଇ ଲକ୍ଷ୍ମୀ ବସ୍ ଚଳାଇବାକୁ ବିଜ୍ଞପ୍ତି ଜାରି କରିଛନ୍ତି । ଲକ୍ଷ୍ମୀ ବସ୍ ଦ୍ଵାରା କେବଳ ଘରୋଇ ବସ୍ କ୍ଷତି ସହୁନି ବରଂ ସରକାରୀ ବସ୍ ମଧ୍ୟ କ୍ଷତି ସହୁଛି। ସରକାର ବିଜ୍ଞପ୍ତି ଜାରି କରିବା ପୂର୍ବରୁ ସଂଘ ସହ ଆଲୋଚନା କରିନାହାନ୍ତି । 

ସେଥିପାଇଁ ବନ୍ଦ ଡାକରା ଦେଇଥିବା ଘରୋଇ ବସ୍ ସଂଘ କହିଛି । ଘରୋଇ ବସ୍ ମାଲିକ ସଂଘ ଅଭିଯୋଗ କରିଛନ୍ତି ଯେ ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ଲକ୍ଷ୍ମୀ ବସ୍ ଚାଲିଥିଲା। ପ୍ରତିବାଦ ପରେ ବନ୍ଦ ରହିଥିଲା । ତେବେ ପୁଣି ଟାୟାର-ଟୁ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ ମାଲିକ ସଂଘ ପ୍ରତିବାଦ କରିଥିଲେ। ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା । ବର୍ତ୍ତମାନ ସରକାର ବଦଳିଥିଲେ ବି ପୂର୍ବ ସରକାରଙ୍କ ଯୋଜନା ବଦଳିନଥିବା ସଂଘ ଅଭିଯୋଗ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe