ମାଲକାନଗିରିରେ ଲକ୍ଷ୍ମୀ ବସକୁ ବିରୋଧ । ଘରୋଇ ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତି ।

Advertisment

ଅଗଷ୍ଟ ୨୭ ତାରିଖରୁ ଆଉ ମାଲକାନଗିରିକୁ ଗଡ଼ିବନି ଘରୋଇ ବସ୍ । ଏସି ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ ।

ଅଗଷ୍ଟ ୨୭ ତାରିଖରୁ ଆଉ ମାଲକାନଗିରିକୁ ଗଡ଼ିବନି ଘରୋଇ ବସ୍ । ଏସି ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ ।

laxmi_

କନକ ବ୍ୟୁରୋ: ପୁଣି ତେଜିଲା ଲକ୍ଷ୍ମୀ ବସ ବିବାଦ । ଅଗଷ୍ଟ ୨୭ ତାରିଖରୁ ଆଉ ମାଲକାନଗିରିକୁ ଗଡ଼ିବନି ଘରୋଇ ବସ୍ । ଏସି ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ । ଏହାର ପ୍ରତିବାଦରେ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଏସି ଲକ୍ଷ୍ମୀ ବସ୍ ଚଳାଚଳ ଯୋଗୁଁ ଘରୋଇ ବସ ସଂଘ କ୍ଷତି ସହୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଘରୋଇ ବସ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ । 

ତେବେ ଏହା ପ୍ରଥମ ଥର ନୁହେଁ ଏହାପୂର୍ବରୁ ବି ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ବେଳେ ଏହାକୁ ନେଇ ସାରା ରାଜ୍ୟରେ ତୁମ୍ବୀ ତୋଫାନ ଉଠିଲା । ସାରା ରାଜ୍ୟରେ ଘରୋଇ ବସ ମାଲିକ ସଂଘ ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହାକୁ ନେଇ ଏକ ସମାଧାନର ବାଟ ବାହାର କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ଏବେ ପୁଣି ଥରେ  ଲକ୍ଷ୍ମୀ ବସକୁ ନେଇ ବିବାଦ ମୁଣ୍ଡ ଟେକିଛି, ଏଥର ମାଲକାନଗିରିରୁ ବିରୋଧାଭାଷ ଆସିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe