କନକ ବ୍ୟୁରୋ: ପୁଣି ତେଜିଲା ଲକ୍ଷ୍ମୀ ବସ ବିବାଦ । ଅଗଷ୍ଟ ୨୭ ତାରିଖରୁ ଆଉ ମାଲକାନଗିରିକୁ ଗଡ଼ିବନି ଘରୋଇ ବସ୍ । ଏସି ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ । ଏହାର ପ୍ରତିବାଦରେ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଏସି ଲକ୍ଷ୍ମୀ ବସ୍ ଚଳାଚଳ ଯୋଗୁଁ ଘରୋଇ ବସ ସଂଘ କ୍ଷତି ସହୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଘରୋଇ ବସ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ ।
ତେବେ ଏହା ପ୍ରଥମ ଥର ନୁହେଁ ଏହାପୂର୍ବରୁ ବି ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ବେଳେ ଏହାକୁ ନେଇ ସାରା ରାଜ୍ୟରେ ତୁମ୍ବୀ ତୋଫାନ ଉଠିଲା । ସାରା ରାଜ୍ୟରେ ଘରୋଇ ବସ ମାଲିକ ସଂଘ ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହାକୁ ନେଇ ଏକ ସମାଧାନର ବାଟ ବାହାର କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ଏବେ ପୁଣି ଥରେ ଲକ୍ଷ୍ମୀ ବସକୁ ନେଇ ବିବାଦ ମୁଣ୍ଡ ଟେକିଛି, ଏଥର ମାଲକାନଗିରିରୁ ବିରୋଧାଭାଷ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/6iUFNdIt5DIo5EqZ7RMw.jpg)