କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି । ଅପରାଧ ବଢିବାରେ ଲାଗିଛି । ଯାହାକୁ ନେଇ ରାଜନୈତିକ ବୟାନବାଜୀ ଜୋର ଧରିଛି । ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଏନେଇ ଟାର୍ଗେଟ୍ କରୁଥିବା ବେଳେ ଏହାର ଜବାବ ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ବିଜେଡିକୁ କଟାକ୍ଷ କରି ସେ କହିଛନ୍ତି, ବିଜେଡି ସମୟରେ ଆଇନ ଶୃଙ୍ଖଳା ସବୁଠାରୁ ତଳକୁ ଯାଇଥିବାରୁ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ । ସେତେବେଳେ ରାଜ୍ୟରେ ଆଇନର ମା ବାପା କେହି ନ ଥିଲେ । ତାଙ୍କ ଦଳର ଲୋକଙ୍କୁ ସୁରକ୍ଷା ଦେଇ ଦେଇ , ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ବଦଳରେ ଅସଜଡ଼ା କରୁଥିଲେ । ଏ ଭଳି ସ୍ଥିତିରେ ଯଦି କେହି କହିବ ଆଜି ତାରିଖରେ ଆଇନ ଶୃଙ୍ଖଳା ବ୍ୟାଘାତ ହୋଇଛି ବୋଲି, ତାଙ୍କୁ ଆଉ କଣ କହିବା । କାଁ ଭାଁ ଯେଉଁ ଘଟଣା ଘଟିଛି ସରକାର ଯଥୋଚିତ ପଦକ୍ଷେପ ନେଇଛନ୍ତି । ସରକାର କୋଠରରୁ କୋଠର ପଦକ୍ଷେପ ନେଇଛନ୍ତି । ଦୋଷୀ ତୁରନ୍ତ ଗିରଫ ହୋଇଛନ୍ତି । କୋର୍ଟ ଚାଲାଣ ହୋଇଛନ୍ତି । କୋର୍ଟରେ ଯେମିତି ଶୀଘ୍ର କେସର ଫଏସଲା ହେବ ସରକାର ତତ୍ପର ଅଛନ୍ତି । କୌଣସି ଜାଗାରେ ଟାଳଟୁଳ ନୀତି , ଘଣ୍ଟ ଘୋଡାଇବା , ଯାହା କି ଗତ ସରକାର ଚାଲିଥିଲା ସେ ସବୁ ଘଟଣା କରି ନାହାନ୍ତି କି, କରିବାର ନାହିଁ । ଆସନ୍ତା ୫ ବର୍ଷ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସମ୍ପୂର୍ଣ୍ଣ କୋଠର ନୀତି ଆଣିବେ । ତେଣୁ ବିଜେଡି ମିଛ ବୟାନ ବାଜି ନ କରିବା ଉଚିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2024/11/10/b7V9D15jNAXboOwcmxAl.jpg)