କନକ ବ୍ୟୁରୋ: ମୁମ୍ବାଇ ରଣଜୀ ଦଳରୁ ବାଦ୍ ପଡିଲେ ପୃଥ୍ୱୀ ସ’ । ତ୍ରିପୁରା ବିପକ୍ଷ ମ୍ୟାଚରୁ ମୁମ୍ବାଇ ଓପନର ପୃଥ୍ୱୀ ସ’ଙ୍କୁ ବାଦ୍ ଦେଇଛି ମୁମ୍ବାଇ ଟିମର ମ୍ୟାନେଜମେଣ୍ଟ । ତେବେ ଦଳୀୟ ବିଶୃଙ୍ଖଳା ଓ ଅତ୍ୟଧିକ ଓଜନ ପାଇଁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିବା କଥା ଚର୍ଚ୍ଚା କୁହାଯାଉଛି । କୁହାଯାଉଛି ଦଳୀୟ ଶୃଙ୍ଖଳା ମାନୁନଥିବାରୁ ତାଙ୍କୁ ଦଳରୁ ଗୋଟିଏ ମ୍ୟାଚ୍ ପାଇ ବାହାରେ ରଖାଯାଇଛି ।

Advertisment

ଦଳରୁ ବାଦ୍ ପଡିବା ପରେ, ପୃଥ୍ବୀ ସ’ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ, ‘ଗୋଟିଏ ବ୍ରେକ୍ ଚାହୁଁଥିଲି, ଧନ୍ୟବାଦ’ । ତେବେ ପୃଥ୍ୱୀ ସ’ଙ୍କୁ ଦଳରୁ ବାଦ୍ ଦେବା ସମ୍ପର୍କରେ ମୁମ୍ବାଇ କ୍ରିକେ୍ଟ ଆସୋସିଏସନ ତରଫରୁ ମଧ୍ୟ କୌଣସି ପ୍ରକାର ବିଧିବଦ୍ଧ କାରଣ ଦର୍ଶାଯାଇନି । ତେଣୁ ବିଶୃଙ୍ଖଳା ଜନିତ କାରଣରୁ ସେ ଦଳରୁ ବାଦ୍ ପଡିଥିବା କଥା ଚର୍ଚ୍ଚା ହେଉଛି ।

ଚର୍ଚ୍ଚା ହେଉଛି ଏହି ଯୁବ କ୍ରିକେଟର ଜଣକ ଦଳର ଶୃଙ୍ଖଳାକୁ ମାନୁନଥିଲେ । ଠିକ୍ ସମୟରେ ପ୍ରାକ୍ଟିସକୁ ବି ଆସୁନଥିଲେ ପୃଥ୍ବୀ । ଏମିତି କି ଦଳର ଅନ୍ୟ ଖେଳାଳି ଆଜିଙ୍କ୍ୟ ରାହାଣେ ଓ ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ରୀତିମତ ନେଟସରେ ପ୍ରାଟିସ୍ କରୁଥିଲେ ବି, ପୃଥ୍ବୀ ସ’ ପାକ୍ଟିସରୁ ଦୂରେଇ ରହୁଥିଲେ । ତେଣୁ ଟିମ୍ ମ୍ୟାନେଜମେଣ୍ଟ ଓ ସିଲେକ୍ଟର ତାଙ୍କୁ ଏପରି ବିଶୃଙ୍ଖଳା ପାଇଁ ଦଳରୁ ବାଦ୍ ଦେଇଥିବା କଥା ଚର୍ଚ୍ଚା ହେଉଛି ।

ଖାଲି ସେତିକି ନୁହେଁ, ଅତ୍ୟଧିକ ଓଜନ କାରଣରୁ ମଧ୍ୟ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିବା କଥା କୁହାଯାଉଛି । ୨୪ ବର୍ଷୀୟ ଏହି କ୍ରିକେଟରଙ୍କ ଶରୀରରେ ୩୫ ପ୍ରତିଶତ ଫ୍ୟାଟ୍ ରହିଛି । ଯାହାକି ଜଣେ କ୍ରିକେଟର ପାଇଁ ଉଚିତ୍ ନୁହେଁ । ତେଣୁ ଏମସିଏ ପୃଥ୍ବୀଙ୍କ ଉପରେ ଆକ୍ସନ ନେବା ସହିତ ତାଙ୍କୁ ଦଳରୁ ବାଦ୍ ଦେଇଛି । ସୂଚନାଯୋଗ୍ୟ ଯେ, ପୃଥ୍ବୀ ସ’ ଏଥର ଇରାନୀ କପରେ ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ଏହାସହ ରଣଜୀ ମ୍ୟାଚରେ ମଧ୍ୟ ତାଙ୍କର ପ୍ରଦର୍ଶନ ସେତେଟା ଖାସ୍ ନଥିଲା । ତେଣୁ ଦଳୀୟ ବିଶୃଙ୍ଖଳା ସହ ଖରାପ ପ୍ରଦର୍ଶନ ପରେ ତାଙ୍କ ଉପରେ ଆକ୍ସନ ନେଇଛି ମୁମ୍ବାଇ ଟିମ୍ ମ୍ୟାନେଜମେଣ୍ଟ ।